fbpx

ଭୁଲରେ ବି ତକିଆ ପାଖରେ ରଖନ୍ତୁ ନାହିଁ ଏହି ଜିନିଷ, ସାରା ଜୀବନ ପଡ଼ିବ ନକାରାତ୍ମକ ପ୍ରଭାବ

ଅଧିକାଂଶ ଲୋକେ ଘଣ୍ଟାକୁ ବେଶ୍ ପସନ୍ଦ କରିଥାନ୍ତି । ଅନେକ ପ୍ରକାରର ଘଣ୍ଟା ସଂଗ୍ରହ କରିବା, ପୋଷାକ ଅନୁସାରେ ଘଣ୍ଟା ପିନ୍ଧିବା ଆଦି ଲୋକମାନେ ପସନ୍ଦ କରନ୍ତି । କିନ୍ତୁ ଆପଣ କେବେ ବି ଏହାକୁ ବାସ୍ତୁ ଶାସ୍ତ୍ର ହିସାବରେ ଜଡ଼ିତ ଥିବା ଦେଖିଛନ୍ତି ? ବାସ୍ତୁ ଶାସ୍ତ ଆମ ଜୀବନରେ ବିଶେଷ ପ୍ରଭାବ ପକାଇଥାଏ । ଯଦି ଜିନିଷଗୁଡ଼ିକ ବାସ୍ତୁ ହିସାବରେ କରାଯାଏ, ତେବେ ଆପଣଙ୍କୁ ଏହାର ଲାଭ ମିଳିଥାଏ ।

ବାସ୍ତୁ ଶାସ୍ତ୍ରରେ ହାତରେ ପିନ୍ଧୁଥିବା ଘଣ୍ଟା ବିଷୟରେ ରହିଛି ଟିପ୍ପଣୀ । ସାଧାରଣତଃ ଲୋକମାନେ ପିନ୍ଧିଥିବା ଘଣ୍ଟାକୁ ନିଜ ତକିଆ ତଳେ ରଖି ଶୋଉଥିବାର ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ, ଘଣ୍ଟାକୁ କେବେ ବି ତକିଆ ତଳେ ରଖି ଶୋଇବା ଉଚିତ୍ ନୁହେଁ ।

ତକିଆ ତଳେ ଘଣ୍ଟା ରଖି ଶୋଇବା ଦ୍ୱାରା ତାହାର ଶବ୍ଦ ଶୁଣି ନିଦ ଭାଙ୍ଗିଯାଏ । ଏହା ସହ ଏଥିରୁ ବାହାରୁଥିବା ବିଦ୍ୟୁତ୍-ଚୁମ୍ବକୀୟ ତରଙ୍ଗ ଆମ ମନ ଓ ହୃଦୟରେ ଖରାପ ପ୍ରଭାବ ପକାଇଥାଏ । ଏହି ତରଙ୍ଗ ଯୋଗୁଁ ସମଗ୍ର କୋଠରୀରେ ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ, ଯାହା ଆପଣଙ୍କ ମନର ଶାନ୍ତିକୁ ଭାଙ୍ଗିଥାଏ ଓ ଟେନସନ୍ ସୃଷ୍ଟି କରେ । ଏହା ଆପଣଙ୍କ ବିଚାରଧାରାକୁ ବି ନକାରାତ୍ମକ କରିଥାଏ ।

Get real time updates directly on you device, subscribe now.