fbpx

ଧାମନଗର ଭାଇସ୍ ଚେୟାରମ୍ୟାନ୍ ପାଇଁ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି: ଏହି ତାରିଖରେ ହେବ ନିର୍ବାଚନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଅଶାନ୍ତି ମଧ୍ୟରେ ଧାମନଗର ନଗର ପାଳିକା ନିର୍ବାଚନ ଶେଷ ହୋଇଥିବା ବେଳେ ପୌରପାଳିକା ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ମଙ୍ଗଳବାର ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାଇସ୍ ଚେୟାରମ୍ୟାନ ପଦବୀ ପାଇଁ ୧୩ ତାରିଖ ଦିନ ଚେୟାରମ୍ୟାନ ବିଜ୍ଞପ୍ତି ପ୍ରକାଶ କରିବେ ।

୨୦ ତାରିଖ ଦିନ ଭାଇସ୍ ଚେୟାରମ୍ୟାନ ପଦବୀ ପାଇଁ ନାମାଙ୍କନ ଦାଖଲ ହେବ । ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ଦାଖଲ କରାଯିବ । ଦିନ ୧୧ଟାରୁ ୧୨.୦୦ ମଧ୍ୟରେ ନାମାଙ୍କନ ଯାଞ୍ଚ କରାଯିବା ସହିତ ନାମାଙ୍କନ ପ୍ରତ୍ୟାହାର ପାଇଁ ଦିନ ୧.୦୦ଟାର ସମୟ ଧାର୍ଯ୍ୟ କରାଯାଇଛି ।

୧.୩୦ରୁ ଅପରାହ୍ନ ୩.୩୦ ମଧ୍ୟରେ ଭୋଟ ଗ୍ରହଣ କରାଯିବ । ଯଦି ଜଣେ ପ୍ରାର୍ଥୀ ଥାଆନ୍ତି ତାହେଲେ ଭୋଟିଂ କରାଯିବ ନାହିଁ । ଭୋଟିଂ ସମାପ୍ତ ହେବା ପରେ ଭୋଟ ଗଣତି କରାଯାଇ ସମାନ ଦିନରେ ଫଳାଫଳ ପ୍ରକାଶ ପାଇବ ।

Get real time updates directly on you device, subscribe now.