fbpx

ମା’ ରଖୁଥିଲା ପରକୀୟା ପ୍ରୀତି: ସମ୍ପର୍କ ରଖୁଥିବା ବ୍ୟକ୍ତିକୁ ହତ୍ୟା କଲେ ନାବାଳକ ପୁଅ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପରକୀୟା ପ୍ରୀତି ରଖୁଥିଲା ମା । ଆଉ ଅସଞ୍ଜତ ଅବସ୍ଥାରେ ମା କୁ ଅନ୍ୟ ଜଣକ ସହ ଦେଖି ଉତକ୍ଷିପ୍ତ ହେଲେ ଦୁଇ ନାବାଳକ ପୁଅ । ରାଗ ପଞ୍ଚମରେ ଚଢିଲା । ଯେଉଁଥିପାଇଁ ଏବେ ମା ସହ ସମ୍ପର୍କରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ମାଡ଼ ମାରିଛନ୍ତି । ଯେଉଁଥିରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ପରକୀୟା ପ୍ରୀତି ପାଇଁ ସୃଷ୍ଟି ହୋଇଛି ଏମିତି ଏକ ଭୟଙ୍କର ପରିସ୍ଥିିତି । କେନ୍ଦୁଝର ଜିଲ୍ଲା ଯୋଡ଼ା ସହରର ଶାସ୍ତ୍ରୀନଗରରେ ଘଟିଛି ଏଇ ଘଟଣା । ଯାହା ଏବେ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସ୍ତବ୍ଧ କରି ଦେଇଛି ।

ତେବେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସେଠାକାର ସେକେଣ୍ଡ ମହାଙ୍କୁଡ଼ । ଦୁଇ ନାବାଳାକ ନିଜ ମାଙ୍କୁ ମୃତ ସେକେଣ୍ଡ ମହାଙ୍କୁଡ଼ଙ୍କ ସହ ଅସଞ୍ଜତ ଅବସ୍ଥାରେ ଏକ ଘର ଭିତରେ ପ୍ରଥମେ ଦେଖିଥିଲେ । ତେବେ ମାର ପରକୀୟା ପ୍ରୀତି ହଜମ ହୋଇ ନଥିଲା । ଯେଉଁଥିପାଇଁ ସେମାନେ ସେହି ବିବାହିତ ବ୍ୟକ୍ତି ଜଣକୁ ଖୁଣ୍ଟରେ ବାନ୍ଧି ଲୁହା ରଡ଼ରେ ପିଟି ଦେଇ ଯାଇଥିଲେ । । ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୯ ଟା ବେଳେ ଏସବୁ ଘଟିଥିଲା ।

ଖୁଣ୍ଟରେ ପିଟିବା ଭିତରେ ଯୁବକଙ୍କ ହାତ ଓ ଗୋଟ ଭାଙ୍ଗି ସାରିଥିଲରା । ପରେ ଦୁଇ ନାବାଳକ ଯୁବକ ଜଣକୁ ଯୋଡ଼ା ଟାଟାଷ୍ଟିଲ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାର ମୃତ୍ୟୁ ହୋଇଥିଲା । ଏପଟେ ପୁଲିସ ଏହି ମାମଲାରେ ଯୋଡ଼ା ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଛି । ଏପଟେ ଦୁଇ ନାବାଳକଙ୍କୁ ପଚରା ଉଚୁରା କରାଯାଉଥିବା କହିଛନ୍ତି ଯୋଡ଼ା ଥାନା ଆଇଆଇସି ।

Get real time updates directly on you device, subscribe now.