fbpx

ଜାଣନ୍ତୁ ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଏବଂ ରାଜେନ୍ଦ୍ର ଢୋଲକିଆଙ୍କୁ ମିଳିଲା କେଉଁ ମନ୍ତ୍ରଳାୟ ଏବଂ ତାଙ୍କର ଶିକ୍ଷାଗତ ଯୋଗ୍ୟତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଶୋକ ଚନ୍ଦ୍ର ପଣ୍ଡା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ ବିଭାଗର ଦାୟିତ୍ୱ ମିଳିଛି । ଏକାମ୍ର ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚିତ ହୋଇଥିଲେ । ସେ କଳାରେ ସ୍ନାତକତ୍ତୋର କରିଥିଲେ ।

ସେହିପରି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ଟୁକୁନି ସାହୁ । ତାଙ୍କୁ ଳସମ୍ପଦ, ବାଣିଜ୍ୟ ଓ ପରିବହନ ବିଭାଗର ଦାୟିତ୍ୱ ମିଳିଛି । ସେ ପୁର୍ବରୁ ଶିଶୁ ଏବଂ ମହିଳା କଲ୍ୟାଣ ବିଭଅଗର ଦାୟିତ୍ୱରେ ଥିଲେ । ଟିଟଲାଗଡ଼ ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚିତ ହୋଇଥିଲେ । ସେ କଳାରେ ସ୍ନାତକ ହାସଲ କରିଛନ୍ତି ।

ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତିି । ତାଙ୍କୁ ଯୋଜନା ଓ ସଂଯୋଜନ ମନ୍ତ୍ରୀ ବିଭାଗର ଦାୟିତ୍ବ ମିଳିଛି । ସେ ନୂଆପଡ଼ା ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚିତ ହୋଇଥିଲେ । ସେ ବାଣିଜ୍ୟରେ ସ୍ନାତକ କରିଛନ୍ତି ।

 

 

 

 

 

Get real time updates directly on you device, subscribe now.