fbpx

୮୩ ବର୍ଷ ବୟସରେ ବାପା ହେଲେ ବୃଦ୍ଧ, ୩୫ ବର୍ଷରେ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ମହିଳା

ନୂଆଦିଲ୍ଲୀ: ଆଜିକାଲିର ସମାଜରେ ବିବାହ କରିବା ଓ ସନ୍ତାନଙ୍କୁ ଜନ୍ମ ଦେବାର କୌଣସି ସଠିକ୍ ବୟସ ନାହିଁ । କେଉଁଠି ୨୦ ବର୍ଷର ପୁଅକୁ ୬୦ ବର୍ଷର ମହିଳା ବିବାହ କଲେଣି ତ କେଉଁଠି ୫୦ ବର୍ଷର ଯୁବକଙ୍କୁ ୧୮ ବର୍ଷର ଯୁବତୀ ବିବାହ କଲେଣି । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆର୍ଜେଣ୍ଟିନାରେ । ସେଠାରେ ଜଣେ ବୃଦ୍ଧ ୮୩ ବର୍ଷ ବୟସରେ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ସେହିପରି ୩୫ ବର୍ଷ ବୟସରେ ଜଣେ ମହିଳା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ବାପା ହୋଇଥିବା ଯୁବକଙ୍କ ଠାରୁ ତାଙ୍କର ପତ୍ନୀଙ୍କର ବୟସ ହେଉଛି ଅଧା । ତେବେ ଫର୍ଟିଲିଟି ଟ୍ରିଟମେଣ୍ଟ ପରେ ଉକ୍ତ ମହିଳା ଜଣଙ୍କ ଗର୍ଭଧାରଣ କରିଥିବା ଜଣାପଡ଼ିଛି । ତେବେ ବୟସ ଅଧିକ ହୋଇଯାଇଥିଲେ ହେଁ ସେ ତାଙ୍କର ପୁତ୍ରକୁ ଭଲ ଭାବରେ ଲାଳନ ପାଳନ କରିପାରିବେ ବୋଲି ଯୁବକ ଜଣଙ୍କ କହିଛନ୍ତି ।

ଦିନର ପ୍ରତ୍ୟେକ ମୁହୂର୍ତ୍ତକୁ ସେ ତାଙ୍କର ପୁତ୍ର ସହ ଉପଭୋଗ କରୁଛନ୍ତି । ଜୀବନକୁ ସେ ଏକ ସର୍ଟ ଟର୍ମ ପ୍ଲାନ ବନାଇ ଦେଇଛନ୍ତି । ତାଙ୍କର ପୁତ୍ରର ଭବିଷ୍ୟତ ପାଇଁ ସେ ଅନେକ ପ୍ଲାନ କରିଛନ୍ତି । କିପରି ତା’ର ଭବିଷ୍ୟତ ସୁନ୍ଦର ଓ ଆକର୍ଷଣୀୟ ହେବ ସେ ଆଜିଠାରୁ ସେନେଇ ପ୍ଲାନିଂ କରୁଥିବା ପିତା ଜଣଙ୍କର କହିଛନ୍ତି ।

Get real time updates directly on you device, subscribe now.