fbpx

(Video) କୁନି କଣ୍ଠରେ ସୁମଧୁର ଗୀତ,  ଶୁଣିଲେ ଆପଣ ମଧ୍ୟ କରିବେ ପ୍ରଶଂସା

ଛୋଟ ପିଲାଙ୍କ ଦୃଦୟ ସବୁବେଳେ ନିର୍ମଳ । ସେଥିପାଇଁ ତ’ ଏହି କୁନି କୁନି ପିଲାମାନେ ଯାହାବି କରନ୍ତି ସେଥିରେ ତାଙ୍କର ନିରୀହତା ସତରେ ବେଶ୍ ସୁନ୍ଦର ଲାଗେ । ଆପଣ ମଧ୍ୟ ଏହା ଅନୁଭବ ନିଶ୍ଚୟ କରିଥିବେ । କୁହାଯାଏ ପ୍ରତିଟି ପିଲା ଭିତରେ କିଛି କିଛି ନା କିଛି ପ୍ରତିଭା ନିଶ୍ଚୟ ଥାଏ । ଠିକ୍ ଯେମିତି ଏହି କୁନିଝିଅ ଆରାଧ୍ୟାଙ୍କ ପାଖରେ ରହିଛି ଗୀତ ଗାଇବାର ପ୍ରତିଭା ।

ଲୋକପ୍ରିୟ ଗୀତ ‘ହର ହର ଶମ୍ଭୁ ଶିବ ମହାଦେବ’, ଖୁବ୍ ସୁନ୍ଦର ଭାବରେ ଗାଉଛନ୍ତି ଆରାଧ୍ୟା । ଏହି ଗୀତଟି ଏବେ ଖୁବ ଲୋକପ୍ରିୟ । ମହାଦେବଙ୍କ ଆରଧାନାରେ ଗାୟନ ହେଉଥିବା ଏହି ଶ୍ଳୋକ ବହୁ ପୂରାତନ । ଆଉ ଏହାକୁ ଖୁବ ସୁନ୍ଦର ଭାବରେ ଗାଇ ପାରୁଛନ୍ତି ଆରାଧ୍ୟା । ନିର୍ଭୁଲ ଭାବରେ ଏକସୁରରେ ଗାଉଛନ୍ତି । ଝିଅର ନିରୀହ କଣ୍ଠରେ ଲୋକପ୍ରିୟ ଗୀତକୁ ଶୁଣିବାକୁ ମଧ୍ୟ ଖୁବ୍ ସୁନ୍ଦର ଲାଗୁଛି । ଶୁଣନ୍ତୁ କିପରି ଗାଉଛନ୍ତି ଆରାଧ୍ୟା…

ତେବେ  ଏହି କୁନିଝିଅ ହେଉଛନ୍ତି  ପୁରୀ ଜିଲ୍ଲା ନିମାପଡା ବ୍ଲକ ଦଳଭାନପୁରର ଆରଧ୍ୟା ବେହେରା । ସେ ଚତୁର୍ଥ ଶ୍ରେଣୀରେ ପାଠ ପଢନ୍ତି । କମ ବସୟର ଗୀତ ଗୁଡିକୁ ନିଭୁଲ ଭାବେରେ ଗାଇପାରୁଛନ୍ତି ଆରଧ୍ୟା । ଯାହା ଶୁଣିଲେ ଆପଣବି କହିବେ ସାବସ୍ କୁନି ଝିଅ ।

Get real time updates directly on you device, subscribe now.