fbpx

ସୋନିଆଙ୍କ ପିଛା ଛାଡୁନି କରୋନା, ୩ମାସ ଭିତରେ ୩ଥର ପଜିଟିଭ

ନୂଆଦିଲ୍ଲୀ: ପୁଣି କରୋନା ରେ ଆକ୍ରାନ୍ତ ହେଲେ ସୋନିଆ । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ପୁଣି କରୋନା ପଜିଟିଭ ହୋଇଛନ୍ତି । ଦଳର ସାଂସଦ ତଥା ସାଧାରଣ ସମ୍ପାଦକ ଜୟରାମ ରମେଶ ଏହି ସୂଚନା ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ସେ ସରକାରୀ ପ୍ରୋଟୋକଲ ଅନୁସାରେ କ୍ୱାରେନଟାଇନରେ ରହିବେ ବୋଲି ପ୍ରକାଶ କରାଯାଇଛି । ତେବେ ଏହି ସୂଚନା ଆଜି ଆସିଥିବାରୁ ତାଙ୍କ ସଂସ୍ପର୍ଶ ରେ ଆସିଥିବା ଲୋକମାନଙ୍କୁ କରୋନାଟେଷ୍ଟ କରିବାକୁ ସେ କହିଛନ୍ତି । ତେବେ ଗତକାଲି ତେଜସ୍ୱୀ ଯାଦବ ସୋନିଆଙ୍କୁ ଭେଟିଥିଲେ ।

ସୂଚନାମୁତାବକ ଜୁନରେ ସେ ପ୍ରଥମେ କୋଭିଡ ପାଇଁ ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ସେ ଆଉ ଦୁଇଥର ପଜିଟିଭ ହୋଇଛନ୍ତି । ନିକଟରେ ମୌସୁମୀ ଅଧିବେଶନ ଚାଲୁଥିବା ସମୟରେ ମଧ୍ୟ ସେ କୋଭିଡ ରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବା ବରେ ତାଙ୍କୁ ମେଡିକାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା ।ତେବେ ଆଜି ପୁଣି ଥରେ କୋଭିଡ ରେ ଆକ୍ରାନ୍ତ ହୋଇଛନ୍ତି ସୋନିଆ ।

Get real time updates directly on you device, subscribe now.