fbpx

ଏହି ଜିନିଷ ଖାଇଲେ ନଷ୍ଟ ହେବନି ଲିଭର୍: ହାର୍ଟହାଟାକ୍, କ୍ୟାନ୍ସର ଭଳି ରୋଗରୁ ମିଳିବ ରକ୍ଷା

ନୂଆଦିଲ୍ଲୀ: ଲିଭର ଆମ ଶରୀର ପାଇଁ ଏକ ଗୁରୁତ୍ୱପୂଣ୍ଣ ଅଙ୍ଗ, ଯାହା ଶରୀର ପାଇଁ ଅନେକ କାମ ଏକାସାଙ୍ଗରେ କରିଥାଏ । ଏହା ମାଧ୍ୟମରେ ଖାଦ୍ୟ ହଜମ କରିବା, ପିତ୍ତ ତିଆରି କରିବା, ସଂକ୍ରମଣ ସହ ଲଢ଼ିବା, ବିଷାକ୍ତ ପଦାର୍ଥ ବାହାର କରିବା ଏବଂ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ କାମ କରାଯାଇଥାଏ । ଏହା ବ୍ୟତୀତ ଲିଭର ସାହାଯ୍ୟରେ ଚର୍ବି କମିଯାଏ ଏବଂ କାର୍ବୋହାଇଡ୍ରେଟକୁ ଷ୍ଟୋର କରାଯାଏ । ଯଦି ଏହି ଅଙ୍ଗରେ କୌଣସି ଅସୁବିଧା ଥାଏ, ତେବେ ଏହା ସମଗ୍ର ଶରୀର ଉପରେ ପ୍ରଭାବ ପକାଇଥାଏ । ଭାରତର ପ୍ରସିଦ୍ଧ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିଖିଲ ଭାଟ୍ସ କହିଛନ୍ତି ଯେ, ଏକ ଫଳ ଅଛି ଯାହା ଲିଭର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଅଅଁଳା ଖାଇବାର ଲାଭ :-
ଅଅଁଳାକୁ ସାଧାରଣତଃ କେଶ ଏବଂ ଚର୍ମରେ ଉନ୍ନତି ଆଣିବା ପାଇଁ ବ୍ୟବହୃତ କରାଯାଇଥାଏ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ଫ୍ୟାଟି ଲିଭର ସହିତ ମଧ୍ୟ ଲଢ଼େଇ କରିଥାଏ । ଭିଟାମିନ୍ ସି ଅଅଁଳାରେ ପ୍ରଚୁର ପରିମାଣରେ ମିଳିଥାଏ, ତେଣୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଏହା ଆମକୁ ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ । ଯେଉଁମାନଙ୍କର ହଜମ ପ୍ରକ୍ରିୟା ଦୁର୍ବଳ, ସେମାନଙ୍କ ପାଇଁ ଅଅଁଳା କୌଣସି ରାମବାଣଠାରୁ କମ୍ ନୁହେଁ ।

ଲିଭର୍ ପାଇଁ ଲାଭଦାୟକ:-
ଅଅଁଳା ଆମ ଶରୀର ପାଇଁ ଏକ ସୁପରଫୁଡ୍ ଠାରୁ କମ୍ ନୁହେଁ, ଯାହାକି ଡାଇବେଟିସ୍, ଇନଡାଇଜେସନ, ଆଖି ସମସ୍ୟା ଏବଂ ଲିଭର ଦୁର୍ବଳତା ସହିତ ଲଢ଼ିବା ପାଇଁ କାମ କରେ । ମସ୍ତିଷ୍କକୁ ମଜବୁତ କରିବା ସହିତ ଏହା ଆମକୁ କ୍ୟାନ୍ସର ଭଳି ବିପଜ୍ଜନକ ରୋଗରୁ ରକ୍ଷା କରିଥାଏ । ଯେଉଁମାନେ ଏହାକୁ ନିୟମିତ ଖାଆନ୍ତି, ସେମାନଙ୍କର ହାର୍ଟହାଟାକ୍ ହେବାର ଆଶଙ୍କା କମିଯାଏ । ଅଅଁଳା ମାଧ୍ୟମରେ ଲିଭରକୁ ସୁରକ୍ଷିତ କରାଯାଇପାରିବ । ଏହି ଫଳ ମାଧ୍ୟମରେ ଶରୀରରେ ହାଇପରଲିପାଇଡେମିଆ ଏବଂ ମେଟାବୋଲିକ୍ ସିଣ୍ଡ୍ରୋମ ମଧ୍ୟ କମିଯାଏ ।

ଅଅଁଳା କିପରି ଖାଇବେ?
ଅଅଁଳା ଖାଇବାର ଅନେକ ଉପାୟ ଅଛି, ସବୁଠାରୁ ସହଜ ହେଉଛି ଆପଣ ଏହାକୁ ସିଧାସଳଖ ଚୋବାଇ ଖାଇପାରିବେ । ଯେଉଁମାନଙ୍କୁ ଫ୍ୟାଟି ଲିଭରର ସମସ୍ୟା ଥାଏ, ସେମାନେ ଏହି ଫଳକୁ କଳା ଲୁଣ ସହିତ ଖାଇପାରିବେ । ଏହା ବ୍ୟତୀତ ଆପଣ ସକାଳୁ ଉଠିବା ପରେ ଅଅଁଳାକୁ ଚା ମାଧ୍ୟମରେ ମଧ୍ୟ ପିଇପାରିବେ ।

Get real time updates directly on you device, subscribe now.