fbpx
BJD
BJD SKY
BJD SKY

ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ରାସ୍ତା, ୧ କିମି ଟ୍ରାକ୍କରରେ ବୁହା ହେଲେ ରୋଗୀ

BJD

ସମ୍ବଲପୁର: ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ ଗାଁକୁ ନଥିବାରୂ ଟ୍ରାକ୍କର ରେ ବୁହା ହେଲେ ରୋଗୀ। ଆଜି ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା। ମାନେଶ୍ୱର ବ୍ଳକ ଡକରା ପଞ୍ଚାୟତର ଜାଦୁଲୁଇସିଙ୍ଗ ଗ୍ରାମର ରାସିଖାଇରେ। ସୁଚନା ଅନୁସାରେ ରାସିଖାଇ ଗ୍ରାମକୁ ଯିବା ପାଇଁ ଆଜି ପଜନ୍ତ ରାସ୍ତାଟି ହୋଇ ପାରିନାହିଁ । ତେଣୁ ରୋଗୀ ମାନଙ୍କୁ ହସ୍ପିଟାଲ ନେବା ପାଇଁ ପାଖାପାଖି ଏକ କିମି ପଜନ୍ତ ବୋହିଥାନ୍ତି ଗ୍ରାମବାସୀ। ଆଜି ମଧ୍ୟ ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଲିଥିଲା। ରାସିଖାଇ ଗ୍ରାମର ନିରବତି ବେହେରା ହଟାତ୍ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ହସ୍ପିଟାଲ ନେବାକୁ ବାହାରିଥିଲେ। ଏଥିପାଇଁ ଆମ୍ବୁଲାନ୍ସ କୁ ଫୋନ ମଧ୍ୟ କରିଥିଲେ ପରିବାର ଲୋକେ।

ତେଣେ ଗ୍ରାମ ଠାରୁ ଏକ କିମି ପଜନ୍ତ ରାସ୍ତା ନଥିବାରୁ କାଦୁଅ ରେ ଆମ୍ବୁଲାନ୍ସ ଆସି ପାରିଲାନାହିଁ। ଏଣୁ ଅନ୍ୟ ଉପାୟ ନପାଇ ପରିବାର ଲୋକେ ଏକ ଟ୍ରାକ୍କର ଯୋଗାଡ କରି ସେଥିରେ ଗୁରୁତର ଅସୁସ୍ଥ ରୋଗୀ ନିରବତି ବେହେରାଙ୍କୁ ୧ କିମି ରାସ୍ତା ନେବା ପରେ ଆମ୍ବୁଲାନ୍ସ ରେ ସମ୍ବଲପୁର ହସ୍ପିଟାଲ କୁ ଅଣାଯାଇଥିଲା। ଏହି ଅଭାବନୀୟ ଘଟଣା ଆଜି ସମଗ୍ର ଜିଲ୍ଲାରେ ଚଚ୍ଚାର ବିଷୟ ହୋଇଥିବା ବେଳେ ଗୁରୁତର ଅସୁସ୍ଥ ରୋଗୀ ର ପରିବାର ଲୋକେ ଏପରି ରାସ୍ତା ନଥିବା ଦୁରାବସ୍ଥା ପାଇଁ ସରକାର ଓ ପ୍ରଶାସନକୁ କରିଛନ୍ତି ସିଧାସଳଖ ଟାର୍ଗେଟ।

Get real time updates directly on you device, subscribe now.