fbpx

ଓଡ଼ିଶାରେ ହେବ କି ବାତ୍ୟା ? ଜାଣନ୍ତୁ କ’ଣ କହିଲେ ପାଣିପାଗ ବିଶେଷଜ୍ଞ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବାତ୍ୟାକୁ ନେଇ ଅନେକ ଖବର ପ୍ରସାରିତ ହେବା ପରେ ଲୋକଙ୍କ ମନରେ ଭୟ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବାତ୍ୟାକୁ ନେଇ ବଡ଼ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ବାତ୍ୟା ନେଇ କିଛି ସୂଚନା ନାହିଁ ବୋଲି ଉମାଶଙ୍କର କହିଛନ୍ତି ।

ବାତ୍ୟା ନେଇ ଚାଲିଥିବା ଚର୍ଚ୍ଚା ସମ୍ପର୍କରେ ଉମାଶଙ୍କର କହିଛନ୍ତି ଯେ, ‘ବାତ୍ୟା ସମ୍ପର୍କରେ ଆଇଏମଡି କୌଣସି ସୂଚନା ଜାରି କରିନାହିଁ । ୮ ତାରିଖ ମଧ୍ୟରେ ଘୂର୍ଣ୍ଣିବଳୟ ବା ଲଘୁଚାପ ହେବ ବୋଲି କୁହାଯାଇଛି । ବାତ୍ୟା ସୂଚନା ନାହିଁ କି ବାତ୍ୟା ନେଇ କିଛି ଆକଳନ କରାଯାଇନି । କେବଳ ଲଘୁଚାପ ପ୍ରଭାବରେ ବର୍ଷା ହେବ ।’

୫ ତାରିଖରେ ବିଜୁଳି ସହ ଘଡ଼ଘଡ଼ି ବର୍ଷା ହେବାର ଆଶଙ୍କା ରହିଛି । ୬ ତାରିଖରେ ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୭ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ୯ରୁ ୧୫ ଭିତରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବରରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.