fbpx

ମହିଳାମାନେ କାହିଁକି ପିନ୍ଧନ୍ତି ଗୋଡ ମୁଦି? ଜାଣନ୍ତୁ ଏହା ପଛର କାରଣ

ହିନ୍ଦୁ ଧର୍ମରେ ଅନେକ ପ୍ରଥା, ପରମ୍ପରା ଓ ସଂସ୍କୃତି ରହିଛି । ବିଭିନ୍ନ ପରମ୍ପରାର ଭିନ୍ନ ଭିନ୍ନ ମହତ୍ତ୍ୱ ମଧ୍ୟ ରହିଥାଏ । ତେବେ ବିବାହିତ ମହିଳାଙ୍କ ପାଇଁ ମଧ୍ୟ କିଛି ନିତି ନିୟମ ରହିଛି । ସେଥିମଧ୍ୟରୁ ଗୋଟିଏ ନିୟମ ହେଉଛି ୧୬ ଶୃଙ୍ଗାର । ଜଣେ ବିବାହିତ ମହିଳାପାଇଁ ଏହି ୧୬ ଶୃଙ୍ଗାରର ମହତ୍ତ୍ୱ ବହୁତ ବେଶି ,ଯେଉଁଥିରେ ଜଣେ ବିବାହିତ ମହିଳା ମଙ୍ଗଳ ସୁତ୍ର,ସିନ୍ଦୁର,ଶଙ୍ଖା ଗୋଡମୁଦି ଆଦି ପିନ୍ଧିଥାନ୍ତି । ଯାହାକି ବିବାହିତ ନାରୀମାନଙ୍କ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ସହ ସେମାନେ ସୌଭାଗ୍ୟବତୀ ମଧ୍ୟ ହୋଇଥାନ୍ତି । ତେବେ ହିନ୍ଦୁ ଧର୍ମରେ କୁହାଯାଏ ଯେ ବିବାହ ପରେ ମହିଳାମାନେ ଗୋଡ ମୁଦି ପିନ୍ଧିବା ନିତ୍ୟାନ୍ତ ଜରୁରୀ । କିନ୍ତୁ ଏହି ଗୋଡମୁଦି ପିନ୍ଧିବାର ଆହୁରି ଅନ୍ୟ କାରଣ ମଧ୍ୟ ରହିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ସମ୍ପର୍କରେ…

ମହିଳାଙ୍କ ସ୍ୱାସ୍ଥ୍ୟପାଇଁ ଗୁରୁତ୍ୱପୂର୍ଣ୍ଣ ଗୋଡମୁଦି:

ହିନ୍ଦୁ ଧର୍ମରେ ମହିଳାମାନେ ଗୋଡମୁଦି ପିନ୍ଧିବା ସୁହାଗର ସଂକେତ ହୋଇଥାଏ । ଏଥିସହିତ ସେମାନଙ୍କ ସ୍ୱାସ୍ଥ୍ୟପାଇଁ ମଧ୍ୟ ଏହା ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । ସାଧାରଣତ ବଡ ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠିରେ ଗୋଡମୁଦି ପିନ୍ଧାଯାଏ । କିନ୍ତୁ ଅନେକ ମହିଳାମାନେ ଏକରୁ ଅଧିକ ଆଙ୍ଗୁଠିରେ ମଧ୍ୟ ଏହାକୁ ପିନ୍ଧିଥାନ୍ତି । ଯାହାଫଳରେ ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । କାରଣ ଶରୀରର ଅନେକ ସ୍ନାୟୁ ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠି ସହିତ ସଂଯୁକ୍ତ ହୋଇଥାଏ । ଫଳରେ ଏହି ଆଙ୍ଗୁଠିରେ ଗୋଡମୁଦି ପିନ୍ଧିବା ଦ୍ୱାରା ଏହା ସ୍ନାୟୁ ଉପରେ ଚାପ ପକାଇଥାଏ । ଯାହାକୁ ଆକ୍ୟୁପ୍ରେସର ଥେରାପି ମଧ୍ୟ କୁହାଯାଇପାରେ । ଯାହାକି ଏହା ସ୍ନାୟୁ ପ୍ରଣାଳୀ ଏବଂ ମାଂସପେଶୀକୁ ମଜବୁତ କରିଥାଏ ।

– ବୁଢା ଆଙ୍ଗୁଠିତ ନିକଟବର୍ତ୍ତି ଆଙ୍ଗୁଠିରେ ପିନ୍ଧାଯାଇଥିବା ମୁଦି ଏକ ବିଶେଷ ଶିରା ଉପରେ ଚାପ ପକାଇଥାଏ । ଏଥିସହିତ ଏହା ଗର୍ଭାଶୟରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ, ଫଳରେ ଗର୍ଭଧାରଣ କରିବାର କ୍ଷମତା ବଢିଥାଏ ।

-ବିବାହ ପରେ, ମହିଳାମାନଙ୍କ ଶରୀରରେ ଅନେକ ହରମୋନାଲ ପରିବର୍ତ୍ତନ ହୋଇଥାଏ । ଏହି କାରଣରୁ, ଅନିୟମିତ ମାସିକ ଋତୁସ୍ରାବ କିମ୍ବା ହରମୋନରେ ଅସନ୍ତୁଳନ ଭଳି ସମସ୍ୟା ଦେଖାଯାଏ ।ତେଣୁ ଗୋଡମୁଦି ପିନ୍ଧିବା ଦ୍ୱାରା ଏହା, ହରମୋନ୍ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ । ଏଥିସହିତ ଠିକ୍ ସମୟରେ ଋତୁସ୍ରାବ ହୋଇଥାଏ ।

କେବଳ ରୂପା ଗୋଡମୁଦି ପିନ୍ଧନ୍ତୁ: ରୂପା ଗୋଡମୁଦି ପିନ୍ଧିବା ଦ୍ୱାରା ଏହା ଶରୀରକୁ ଥଣ୍ଡା ରଖିଥାଏ ଏବଂ ଗର୍ଭାଶୟ ରୋଗରୁ ରକ୍ଷା କରିଥାଏ । ଏତିସହିତ ଏହି ରୂପା ଗୋଡମୁଦି ମହିଳାମାନଙ୍କର ହରମୋନ୍ କୁ ସନ୍ତୁଳିତ କରେ । ଫଳରେ ଜଣେ ମହିଳା ମାନସିକ ଏବଂ ଶାରିରୀକ ସ୍ତରରେ ସୁସ୍ଥ ରୁହେ । ଏତତ୍ ବ୍ୟତୀତ ମହିଳାମାନେ କେବଳ ରୂପା ଗୋଡମୁଦି ନୁହେଁ ବରଂ ରୂପା ପାଉଁଜି ପିନ୍ଧିବା ମଧ୍ୟ ଉଚିତ୍ । କାରଣ ଧାର୍ମିକ ଶାସ୍ତ୍ର ଦୃଷ୍ଟିକୋଣରୁ ସୁନା ଭଗବାନ ବିଷ୍ଣୁ ଏବଂ ବୃହସ୍ପତି ସହିତ ଜଡିତ। ତେଣୁ ଅଣ୍ଟା ତଳେ ସୁନା ପିନ୍ଧିବା ଉଚିତ୍ ନୁହେଁ, ନଚେତ୍ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଏଥିରେ କ୍ରୋଧିତ ହୁଅନ୍ତି । ତେଣୁ ଗୋଡରେ ରୂପା ପିନ୍ଦିବା ଶୁଭ ହୋଇଥାଏ । ଏଥିସହିତ ଏହା ଶରୀର ପାଇଁ ମଧ୍ୟ ଖୁବ୍ ଲାଭଦାୟକ ହୋଇଥାଏ ।

Get real time updates directly on you device, subscribe now.