fbpx

ସରକାରୀ ଚାକିରି ଖୋଜୁଛନ୍ତି କି ? ସେଣ୍ଟ୍ରାଲ ରେଲୱେରେ ଅପାରଣ୍ଟିସ ପାଇଁ ୨୪୨୨ ପଦବୀ ଖାଲି, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ବା ରେଲୱେରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀମାନଙ୍କ ପାଇଁ ଆସିଛି ଖୁସି ଖବର । ସେଣ୍ଟ୍ରାଲ ରେଲୱେରେ ଅପାରଣ୍ଟିସ ପାଇଁ ୨୪୨୨ ପଦବୀ ଖାଲିପଡିଛି। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ rrrccr.com କୁ ଯାଇ ୧୫ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଭର୍ତ୍ତି ମୁମ୍ବାଇ, ଭୁସାବଲ, ପୁନେ, ନାଗପୁର, ସୋଲପୁର କ୍ଲଷ୍ଟରରେ କରାଯିବ ।

ପଦବୀ ବିବରଣୀ : ୨୪୨୨

ମୁମ୍ବାଇ : ୧୬୫୯

ଭୁସାବଲ : ୪୧୮

ପୁନେ : ୧୫୨

ନାଗପୁର : ୧୧୪

ସୋଲପୁର : ୭୯

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୫ ଜାନୁଆରୀ ୨୦୨୨ ରହିଛି ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ମେରିଟ ଲିଷ୍ଟ ଆଧାରରେ କରାଯିବ ।

ବୟସ ସୀମା : ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୫ ବର୍ଷ ଏବଂ ସର୍ବାଧିକ ବୟସ ୨୪ ବର୍ଷ ରହିଛି । ଏଥର ସେଣ୍ଟ୍ରାଲ ରେଲୱେ ଅଧିନିୟମ ଅପରାଣ୍ଟିସ ୨୦୨୩-୨୪ ଅଧିନରେ ବୟସ ସୀମାରେ ଛୁଟ୍‌ ମିଳିବ।

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀ କୌଣସି ବୋର୍ଡରୁ ୧୦ମ ପାସ୍‌ କରିଥିବା ଜରୁରୀ । ଏହାସହିତ ସମ୍ବନ୍ଧିତ ଟ୍ରେଡରେ ଆଇଟିଆଇ କିମ୍ବା NCVT ରୁ ସାର୍ଟିଫିକେଟ ରହିଥିବା ଜରୁରୀ ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ସାଧାରଣ ବର୍ଗ, ଓବିସି, EWS ପ୍ରାର୍ଥୀ ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ। ଏହାଛଡା ଅନୁସୂଚିତ ଜାତି ଏବଂ ଜନଜାତି, ଦିବ୍ୟାଙ୍ଗ ପ୍ରାର୍ଥୀ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ଆବେଦନ ଶୁଳ୍କ ଡେବିଟ, କ୍ରେଡିଟ୍‌ କିମ୍ବା ନେଟ ବ୍ୟାଙ୍କିଂ ଜରିଆରେ କରିପାରିବେ।

Get real time updates directly on you device, subscribe now.