fbpx

ହେଲମେଟ ପିନ୍ଧିଲା ପରେ ବି କଟୁଛି ୨୦୦୦ ଟଙ୍କାର ଚାଲାଣ: ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ମୋଟର ଯାନ ଅଧିନିୟମ ଅନୁଯାୟୀ, ରାସ୍ତାରେ ଦୁଇ ଚକିଆ ଯାନ ଚଳାଇବା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ହେଲମେଟ ପିନ୍ଧିବା ଆବଶ୍ୟକ । ଅଧିକାଂଶ ଲୋକ ମଧ୍ୟ ଏହି ନିୟମ ଅନୁସରଣ କରନ୍ତି । କିନ୍ତୁ ଅନେକ ଥର ହେଲମେଟ ପିନ୍ଧିବା ପରେ ମଧ୍ୟ ଲୋକମାନଙ୍କର ଚାଲାଣ କଟିଯାଏ । ସେମାନେ ବୁଝିପାରନ୍ତି ନାହିଁ ଯେ, ସେମାନଙ୍କର ଭୁଲ କ’ଣ ଥିଲା? ଆଜିକାଲି ହେଲମେଟ ନପିନ୍ଧୁଥିବା ଓ ଠିକ୍ ଭାବରେ ହେଲମେଟ୍ ପିନ୍ଧୁନଥିବା ଲୋକଙ୍କ ପ୍ରତି ଟ୍ରାଫିକ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । କେବଳ ଏତିକି ନୁହେଁ, ହେଲମେଟ ପିନ୍ଧୁଥିବା ଲୋକଙ୍କର ଏବେ ଚାଲାଣ କଟୁଛି ।

ତେବେ ବର୍ତ୍ତମାନ ସଠିକ୍ ଭାବରେ ହେଲମେଟ ନ ପିନ୍ଧିବା ମଧ୍ୟ ଟ୍ରାଫିକ ନିୟମରେ ସାମିଲ କରାଯାଇଛି । କେବଳ ଏତିକି ନୁହେଁ, ଟ୍ରାଫିକ ପୋଲିସ ଏଥିପାଇଁ ୧୦୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଚାଳାଣ କାଟୁଛି । ତଥାପି ଏହି ନିୟମ ଜାଣିବା ପରେ ମଧ୍ୟ ଅନେକ ଲୋକ ହେଲମେଟ ପିନ୍ଧନ୍ତି ନାହିଁ । ଏହି ସମୟରେ କିଛି ଲୋକ ହେଲମେଟ ପିନ୍ଧିବା ସମୟରେ ଭୁଲ କରନ୍ତି । ଏଭଳି ପରିସ୍ଥିତିରେ ହେଲମେଟକୁ କିପରି ସଠିକ୍ ଭାବରେ ପିନ୍ଧିବା, ଆସନ୍ତୂ ଜାଣିବା । ଯାହା ଦ୍ୱ।।ରା ଆପଣ ନିରାପଦରେ ରହିପାରିବେ ଏବଂ ଚାଲାଣକୁ ମଧ୍ୟ ଏଡାଇ ପାରିବେ ।

ଜାଣନ୍ତୁ କିପରି ପିନ୍ଧିବେ ହେଲମେଟ୍ ?
ଦୁଇ ଚକିଆ ଯାନ ଯଥା ସ୍କୁଟି କିମ୍ବା ବାଇକ୍ ଚଳାଇବା ସମୟରେ ହେଲମେଟ ପିନ୍ଧିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେପରି ଦୁର୍ଘଟଣା ସମୟରେ ତୁମ ମୁଣ୍ଡରେ ଆଘାତ ନହୁଏ, ସେଥିପାଇଁ ଏହା ଜରୁରୀ ।

ଅଧିକାଂଶ ଦୁର୍ଘଟଣାରେ, ମୁଣ୍ଡରେ ଆଘାତ ଯୋଗୁଁ ଲୋକମାନେ ମୃତ୍ୟୁବରଣ କରନ୍ତି । ଏପରି ପରିସ୍ଥିତିରେ ଯେତେବେଳେ ବି ଆପଣ ହେଲମେଟ ପିନ୍ଧନ୍ତି, ମନେରଖନ୍ତୁ ଯେ ଏହା ଆପଣଙ୍କ ମୁଣ୍ଡରେ ଭଲ ଫିଟ୍ ରହିବ । ହେଲମେଟ ପିନ୍ଧିବା ପରେ ଲକ୍ କରିବାକୁ ଭୁଲନ୍ତୁ ନାହିଁ । ଅନେକ ଥର ଲୋକମାନେ ଚାଳାଣକୁ ଏଡାଇବା ପାଇଁ ହେଲମେଟ ବ୍ୟବହାର କରନ୍ତି ଓ ସେମାନେ ପଟ୍ଟି ଲଗାନ୍ତି ନାହିଁ । କେବଳ ଏତିକି ନୁହେଁ, ଅନେକ ଲୋକଙ୍କ ହେଲମେଟରେ ଷ୍ଟ୍ରିପ୍ ଲକ୍ ନାହିଁ । ଏହା ମଧ୍ୟ ଭାଙ୍ଗିପାରେ । ଏପରି ପରିସ୍ଥିତିରେ ଆପଣଙ୍କର ଚାଲାଣ କଟିପାରେ ।

ଏବେ ୨୦୦୦ ଟଙ୍କା କଟାଯାଉଛି ଚାଳାଣ:-
ଭାରତ ସରକାର ୧୯୯୮ ର Motor Vehicles Actରେ ପରିବର୍ତ୍ତନ କରିଛନ୍ତି । ଏଥିରେ ଦୁଇ ଚକିଆ ଡ୍ରାଇଭରଙ୍କୁ ହେଲମେଟ ନ ପିନ୍ଧିବା କିମ୍ବା ହେଲମେଟ ସଠିକ୍ ଭାବେ ନ ପିନ୍ଧିବା ପାଇଁ ୨୦୦୦ ଟଙ୍କା ଜୋରିମାନା ଆଦାୟକରାଯିବ । ଏହାର ଅର୍ଥ ହେଉଛି ଯଦି ବାଇକ୍ ଆରୋହୀ ହେଲମେଟ ପିନ୍ଧିଛନ୍ତି, କିନ୍ତୁ ତାହା ଖୋଲା ଅଛି ତେବେ ତାଙ୍କୁ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ ।

ଯଦିଓ ଆପଣ ହେଲମେଟ ପିନ୍ଧିଛନ୍ତି ଏବଂ ମୁଣ୍ଡର ପଟ୍ଟି ଟାଇଟ୍ କରି ନାହାଁନ୍ତି । ତାହାଲେ ମଧ୍ୟ ୧୦୦୦ ଟଙ୍କା ଜୋରିମାନା ଲାଗୁ ହେବ । ମୋଟ ଉପରେ ହେଲମେଟକୁ ଏବେ ସମ୍ପୂର୍ଣ୍ଣ ସଠିକ୍ ଭାବରେ ପିନ୍ଧିବାକୁ ପଡିବ । ଯଦି ଏହା ନହୁଏ ତେବେ ଆପଣଙ୍କୁ ୨୦୦୦ ଟଙ୍କାର ଚାଲାଣ ଭରିବାକୁ ପଡିବ ।

Get real time updates directly on you device, subscribe now.