fbpx

ଶେଷ ହେଲା ‘ଅପରେସନ କାବେରୀ’ ! ସେନାର ୧୭ ଉଡ଼ାଣ ଓ ନୌସେନାର ୫ ଜାହାଜ, ଏହିପରି ଭାବରେ ସୁଦାନ ଫେରିଲେ ୩୮୬୨ ଭାରତୀୟ

ନୂଆଦିଲ୍ଲୀ: ସୁଦାନରେ ଚାଲିଥିବା ଗୃହଯୁଦ୍ଧରେ ଫସିଥିବା ଭାରତୀୟ ନାଗରିକକୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିବା ଅଭିଯାନ ‘ଅପରେସନ କାବେରୀ’ ଶୁକ୍ରବାର ଦିନ ଶେଷ ହୋଇଛି । ଭାରତୀୟ ବାୟୁସେନାରେ ଶେଷ ବିମାନ ୪୭ ଜଣ ଯାତ୍ରୀଙ୍କୁ ଧରି ଭାରତକୁ ଫେରିଛି । ଏହି ଅପରେସନ ଅଧିନରେ ୩୮୬୨ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ସେନାର ୧୭ଟି ବିମାନ, ୫ଟି ଜାହାଜ ଅପରେସନ କାବେରୀରେ କାମ କରିଥିଲା ।

୨୪ ଏପ୍ରିଲରେ ‘ଅପରେସନ କାବେରୀ’ ଆରମ୍ଭ ହୋଇଥିଲା । ସେମାନଙ୍କୁ ସୁଦାନ ହିନ୍ଦନରୁ ସାଉଦି ଆରବର ଜେଦାହ ନିଆଯାଇଥିଲା ଏବଂ ଜେଦାହରୁ ଭାରତ ଅଣାଯାଇଥିଲା। ଏହି ଅପରେସନ ସମୟରେ ଜଣେ ବ୍ୟକ୍ତି ବେହୋସ ହୋଇଯାଇଥିଲେ। କିନ୍ତୁ ବାୟୁସେନା ଦ୍ବାରା ଉକ୍ତ ସ୍ଥିତିକୁ ଅତି ସାହସିକତାର ସହ ମୁକାବିଲା କରାଯାଇଥିଲା। ବିମାନଟିକୁ ଗତକାଲି ସନ୍ଧ୍ୟାରେ ଅହମଦାବାଦରେ ଅବତରଣ କରାଯାଇଥିଲା।

ସୂଚନାଯୋଗ୍ୟ, ସୁଦାନରେ ଗୃହ ଯୁଦ୍ଧ ପରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇ ଥିଲା । ବିଭିନ୍ନ ଦେଶ ନିଜ ନିଜର ନାଗରିକଙ୍କୁ ଫେରାଇ ନେଇଥିଲେ । ହିଂସା ଗ୍ରସ୍ତ ସୁଦାନରେ ୭୨ ଘଣ୍ଟିଆ ଅସ୍ତ୍ର ବିରତୀ ଘୋଷଣା କରିଥିଲା ଆର୍ମୀ – ଆରଏସଏଫ । ଆମେରିକା ଓ ସାଉଦୀ ଆରବ ପକ୍ଷରୁ ମଧ୍ୟସ୍ଥତା ପରେ ଅସ୍ତ୍ର ବିରତି ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିକେନ ସୂଚନା ଦେଇଥିଲେ । ତେଣୁ ଭାରତ ସରକାରଙ୍କ ପକ୍ଷରୁ ଅପରେସନ କାବେରୀ ଜରିଆରେ ବିମାନ ଓ ଜଳ ପଥରେ ନାଗରିକଙ୍କୁ ଅଣାଯାଇଛି ।

ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ, ବିଦେଶରେ ଥିବା ସମସ୍ତ ଭାରତୀୟଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିବଦ୍ଧତା ଆମର ପ୍ରେରଣା। ଉଦ୍ଧାର କାର୍ଯ୍ୟର ତଦାରଖ କରିବା ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ ସାଉଦି ଆରବରେ ଉପସ୍ଥିତ ଥିଲେ। ଏଥିପାଇଁ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ମୁରଲୀଧରନଙ୍କୁ ପ୍ରଶଂସା କରିଛନ୍ତି।

Get real time updates directly on you device, subscribe now.