fbpx

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ଲାଞ୍ଚ ନେବା ବେଳେ ଧରିଲା ଟିମ୍

ଗଞ୍ଜାମ: ଭିଜିଲାନ୍ସ ଜାଲରେ ଗଞ୍ଜାମ ପୁରୁଷୋତ୍ତମପୁରର କନିଷ୍ଠ ଯନ୍ତ୍ରୀ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଗଦୀଶ ସାହୁ ଗିରଫ ହୋଇଛନ୍ତି । ଜଗନ୍ନାଥପୁରର GRSଙ୍କୁ ମଧ୍ୟ ଧରିଛି ଭିଜିଲାନ୍ସ । ସୂଚନା ମୁତାବକ, ମନରେଗା କାମର ବିଲ୍‌ ପାସ୍ କରାଇଦେବାକୁ ସେ ଲାଞ୍ଚ ନେଉଥିଲେ । ବ୍ଲକ ଅଫିସରେ ଲାଞ୍ଚ ନେବା ବେଳେ ଧରିପକାଇଥିଲା ବ୍ରହ୍ମପୁର ଭିଜିଲାନ୍ସ ।

ତେବେ ମନେରଗା ଅଧୀନରେ ହୋଇଥିବା ଏକ କାର୍ଯ୍ୟର ‌ବିଲ୍‌ କରିବା ପାଇଁ ଉଭୟ କନିଷ୍ଠ ଯନ୍ତ୍ରୀ ଜଗଦୀଶ କୁମାର ସାହୁ ଓ ଜଗନ୍ନାଥପୁର ଜିଆରଏସ୍‌ ନାରାୟଣ ସ୍ବାଇଁ ଅଭିଯୋଗକାରୀଙ୍କୁ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଏବାଦରେ ଭିଜିଲାନ୍ସ ବିଭାଗକୁ ଅବଗତ କରିଥିଲେ। ଯୋଜନା ଅନୁସାରେ ଆଜି ଅଭିଯୋଗକାରୀଙ୍କ ଠାରୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ବ୍ଲକ ପରିସରରେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅତର୍କିତ ଭାବେ ଚଢ଼ଉ କରିଥିଲେ। ବିଭାଗୀୟ କର୍ମଚାରୀମାନେ ଶ୍ରୀ ସାହୁଙ୍କ ଠାରୁ ରଂଗବୋଳା ଟଙ୍କା ଜବତ କରିଥିଲେ। ଏହି ଘଟଣା ପରେ ବ୍ରହ୍ମପୁର ଭିଜିଲାନ୍ସ ଶାଖା ଏକ ମାମଲା ରୁଜୁ କରିବା ସହ ଶ୍ରୀ ସାହୁଙ୍କ ୩ଟି ଠିକଣାରେ ତଦନ୍ତ କରୁଛି। ତେବେ ଭିଜିଲାନ୍ସ ବିଭାଗ ଘଟଣାର ଅଧିକ ଛାନଭିନ ଆରମ୍ଭ କରିଛି ।

Get real time updates directly on you device, subscribe now.