fbpx

କାଲିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କମିଶନରେଟ ପୋଲିସ୍‍ ପକ୍ଷରୁ ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୮ ପ୍ଲାଟୁନ୍‍ ଫୋର୍ସ ମୁତୟନ କରାଯିବ । ରାଷ୍ଟ୍ରପତିଙ୍କ କାରଗେଟ୍‍ ଯିବା ସମୟରେ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ । ରୁଟ୍‍ ଲାଇନିଙ୍ଗ୍‍ରେ ୨୦ରୁ ୨୨ ପ୍ଲାଟୁନ୍‍ ଫୋର୍ସ ନିୟୋଜିତ ହେବେ ।

ହେଲିପ୍ୟାଡ୍‍ରେ ମଧ୍ୟ ପ୍ରାୟ ୩ ପ୍ଲାଟୁନ୍‍ ଫୋର୍ସ ରହିବେ । ଇନ୍‍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ହାଇକୋର୍ଟର ହୀରକ ଜୟନ୍ତୀ ଉଦ୍‍ଯାପନୀ ଉତ୍ସବରେ ୫ ପ୍ଲାଟୁନ୍‍ରୁ ଅଧିକ ଫୋର୍ସ ମୁତୟନ ହେବେ । ଏହା ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ ଆସନ୍ତା ବୁଧବାର କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କୃତୀ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିବେ । ଚଳିତବର୍ଷ ୨୨ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ଦିଆଯିବ ।

Get real time updates directly on you device, subscribe now.