fbpx

ଆପଣ ଓଡ଼ିଶା ହାଇକୋର୍ଟ ବୁଲି ଦେଖିବାକୁ ଚାହୁଁଛନ୍ତି କି: ସାଧାରଣ ଜନତାଙ୍କ ପାଇଁ ଆରମ୍ଭ ହେଲା ରେଜିଷ୍ଟ୍ରେସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯଦି ଆପଣମାନେ ରାଜ୍ୟର ହାଇକୋର୍ଟ ବୁଲି ଦେଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଆପଣମାନେ ହାଇକୋର୍ଟ ପରିସରରେ ରହିଥିବା ବିଭିନ୍ନ ବିଭାଗ ପରିଭ୍ରମଣ କରି ସବିଶେଷ ତଥ୍ୟ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ଆସନ୍ତା ୫ ତାରିଖରୁ କଟକ ସ୍ଥିତ ରାଜ୍ୟ ହାଇକୋର୍ଟ ପରିସରରେ ଗାଇଡେଡ୍ ଟୁର୍ ଆରମ୍ଭ ହେଉଛି ।

ସୂଚନା ମୁତାବକ, ଛୁଟିଦିନ ବ୍ୟତୀତ ଅନ୍ୟ ସମସ୍ତ ଶନିବାର ଦିନମାନଙ୍କରେ ଆପଣ ଏହି ଗାଇଡେଡ୍ ଟୁରର ଫାଇଦା ଉଠାଇ ପାରିବେ । ପ୍ରତି ଭ୍ରମଣକାରୀ ଦଳରେ ୪୦ ଜଣ ଲୋକ ରହିପାରିବେ । ପ୍ରଥମ ପର୍ଯ୍ୟାୟରେ ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ସକାଳ ୧୧.୩୦ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଆପଣ ହାଇକୋର୍ଟ ପରିସରରେ ବୁଲି ଦେଖିପାରିବେ । ପ୍ରତ୍ୟେକ ଦିନ ଦୁଇଟି ପର୍ଯ୍ୟାୟରେ ଏହି କାର୍ଯ୍ୟ ଚାଲିବ ।

ହାଇକୋର୍ଟ ପରିସରରେ ବୁଲିବା ପାଇଁ ପାସ ଆପଣଙ୍କୁ ପଞ୍ଜିକରଣ କରିବାକୁ ପଡ଼ିବ । ଆଜିଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆପଣ ଭିଜିଟର ପାସ କାଉଣ୍ଟରରେ ନିଜର ପରିଚୟ ପତ୍ର ଦେଖାଇ ରେଜିଷ୍ଟ୍ରେସନ କରିପାରିବେ । ହାଇକୋର୍ଟ ଭିତରକୁ ବୁଲିବାକୁ ଯିବା ସମୟରେ ଆପଣଙ୍କୁ ସାଙ୍ଗରେ ପରିଚୟ ପତ୍ର ନେବାକୁ ବାଧ୍ୟତାମୂଳକ କରାଯାଇଛି । କାର୍ଯ୍ୟ ଦିବସରେ ଦିନ ୨ଟାରୁ ୫ଟା ସମୟରେ ଆପଣମାନେ ପଞ୍ଜିକରଣ କରି ପାସ୍ ପାଇ ପାରିବେ ।

Get real time updates directly on you device, subscribe now.