fbpx

ଆସନ୍ତା ୫ ଦିନ ଲାଗି ରହିବ କାଳବୈଶାଖୀ

ଭୁବନେଶ୍ୱର, ୩୦ା୪ (ଓଡିଶା ଭାସ୍କର): ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଅନୁଭୂତ ହେବ । ବର୍ଷା, ଘଡ଼ଘଡ଼ି ଓ ବିଜୁଳି ସାଙ୍ଗକୁ ୩୦ରୁ ୪୦ କିମି ବେଗରେ ପବନ ବହିବ । କାଳବୈଶାଖୀର ପ୍ରଭାବ ତତକ୍ଷଣାତ ତାପମାତ୍ରା ଉପରେ ପଡ଼ିବ ନାହିଁ । ଆସନ୍ତା ଦୁଇଦିନ ମଧ୍ୟରେ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମୟୁରଭଞ୍ଜ, ନବରଙ୍ଗପୁର ଓ ମାଲକାନଗିର ଆଦି ଜିଲ୍ଲାମାନଙ୍କରେ ଘଡ଼ଘଡ଼ି ସହ ବର୍ଷା ହେବ । ମେ ୨ ତାରିଖରେ ଗଜପତି, ଯାଜପୁର, କନ୍ଧମାଳ ଓ କେନ୍ଦୁଝରରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୩ ତାରିଖ ଦିନ ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ଢେଙ୍କାନାଳ ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.