fbpx

ଫଟୋ ଦେଖି କହିଲେ; କାହା ପରି ଦେଖା ଯାଉଛି ସୈଫ୍-କରୀନାଙ୍କ ପୁଅ

ମୁମ୍ବାଇ: କରୀନା କପୁର ଖାନ୍ ଓ ସୈଫ୍ ଅଲୀ ଖାନଙ୍କ ଦ୍ୱିତୀୟ ସନ୍ତାନ ଜେହ ର ଫଟୋ ଭାଇରାଲ ହେବାରେ ଲାଗିଛି । ନିକଟରେ କରୀନା ନିଜର ପୁସ୍ତକ ପ୍ରେଗନାନ୍ସି ବାଇବେଲରେ ଜେହର ଫଟୋ ରହିଥିବା ବେଳେ ଏହା ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି । ଫଟୋଟିରେ କରୀନାଙ୍କ ବଡ ପୁଅ ତୈମୁର ନିଜ କୋଳରେ ଜେହକୁ ବସାଇଛି । ତେବେ ଫଟୋଟିରେ ଜେହର ମୁହଁ ସ୍ପଷ୍ଟ ଦେଖାଯାଉନାହିଁ ।

ଫେବୃୟାରୀ ୨୧ରେ କରୀନା ଦ୍ୱିତୀୟ ଥର ପାଇଁ ମାତୃତ୍ୱ ହାସଲ କରିଥିଲେ । ଏହା ପରଠାରୁ ଫଟୋ ଦେଖିବା ପାଇଁ ଫ୍ୟାନ ମାନେ ଉତ୍ସୁକ ଭାବରେ ଅପେକ୍ଷା କରିଥିଲେ । ନିକଟରେ କରୀନାଙ୍କ ପିତାଙ୍କ ଦ୍ୱାରା ଦ୍ୱିତୀୟ ସନ୍ତାନର ନାମ ଜଣାପଡିଥିବା ବେଳେ ନିଜ ପୁସ୍ତକରେ ଫ୍ୟାନଙ୍କ ଅପେକ୍ଷାର ଅନ୍ତ ଘଟାଇଛନ୍ତି କରୀନା ।

Get real time updates directly on you device, subscribe now.