fbpx

କୁନ୍ଦ୍ରାଙ୍କ ଅଫିସରୁ ମିଳିଲା ସିକ୍ରେଟ୍ ଲକର୍, କ୍ରାଇମବ୍ରାଞ୍ଚ ହାତରେ ଲାଗିଲା କ୍ରିପ୍ଟୋକରେନ୍ସି ସହ ଜଡିତ ଡକ୍ୟୁମେଣ୍ଟ

ମୁମ୍ୱାଇ: ଅଶ୍ଳୀଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରାଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ଏବେ ପୁଣି କୁନ୍ଦ୍ରାଙ୍କ ଅଫିସରୁ ପୁଲିସ ସିକ୍ରେଟ୍ ଲକର ଥିବା ଦେଖିବାକୁ ପାଇଛି । ଗତକାଲି ହୋଇଥିବା ଯାଞ୍ଚରେ ଏହି ସିକ୍ରେଟ ଲକର ନେଇ ସୂଚନା ମିଳିଛି । ଯେଉଁଥିରେ ଅନେକ କାଗଜପତ୍ର ଅଛି । ଯାହାକି ପୋଲିସର ହସ୍ତଗତ ହୋଇଛି । ପୋଲିସ ଲକରକୁ ଜବତ କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ବି ଜବତ କରିଛି । କୁହାଯାଉଛି ଯେ ଏହି ଲକରକୁ ଲୁଚାଇ ରଖାଯାଇଥିଲା ।

ଏହି ଲକରରେ ବ୍ୟବସାୟ, କ୍ରିପ୍ଟୋକରେନ୍ସି ସହିତ ଜଡିତ ଅନେକ ଡକ୍ୟୁମେଣ୍ଟ ଜବତ କରାଯାଇଛି । ବର୍ତ୍ତମାନ କ୍ରାଇମ ବ୍ରାଞ୍ଚ ସେସବୁ ଯାଞ୍ଚ କରିବା ସହ ଅଧିକ ତଦନ୍ତ କରୁଛି । ସେପଟେ ରାଜ କୁନ୍ଦ୍ରାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କୁ ପଚରାଉଚରା କରିବା ପରେ କ୍ରାଇମବ୍ରାଞ୍ଚ ମଧ୍ୟ ଏହି ମାମଲାରେ ଆର୍ଥିକ କାରବାରର ଯାଞ୍ଚ କରୁଛି । ରାଜ କୁନ୍ଦ୍ରା କ୍ରିକେଟ୍ ବେଟିଂ ଏବଂ କ୍ରିପ୍ଟୋକରେନ୍ସିରେ ବିନିଯୋଗ କରିଥିବା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରି ବହୁ ଟଙ୍କା ରୋଜଗାର କରିଥିଲେ ବୋଲି କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି ।

 

Get real time updates directly on you device, subscribe now.