fbpx

ଶିଶୁକନ୍ୟାକୁ ଦୁଷ୍କର୍ମ, ଅଭିଯୁକ୍ତ ନାବାଳକକୁ ଗିରଫ କଲା ପୁଲିସ

ବ୍ୟାସନଗର (ଭାସ୍କର ନ୍ୟୁଜ୍‌): କଳି ଯୁଗ ଶେଷରେ ଘୋର୍‌ ପାପ, ଅନ୍ୟାୟ ଅନୀତି ଅସମ୍ଭବ ଘଟଣାମାନ ଘଟିଚାଲିଛି । ନୀତି ନିୟମକୁ ଭୁଲିଯାଉଛନ୍ତି । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲାର ସୁକିନ୍ଦା ଅଞ୍ଚଳରେ । କ୍ଷୀର ଛାଡି ନଥିବା ଶିଶୁକନ୍ୟାକୁ ୧୫ ବର୍ଷର ନାବାଳକ କୁକର୍ମ କରି ଗିରଫ ହୋଇଛି ।

ଖବରରୁ ଜଣାଯାଇଛି ଯେ, ମା’ ଘରେ ନଥିବାବେଳେ ଏହାର ସୁଯୋଗ ନେଇ ଜଣେ ନାବାଳକ ଶିଶୁକନ୍ୟା ପ୍ରତି କୁକର୍ମ କରିଥିଲା । ଶିଶୁକନ୍ୟାର ଚିତ୍କାର ଶୁଣି ମା’ ଆସି ଦେଖି ହତବାକ୍‌ ହୋଇଯାଇଥିଲେ । ଝିଅକୁ ଉଦ୍ଧାର କରିଥିଲେ । ଏହା ଏକ ସମ୍ବେଦନଶୀଳ ଘଟଣା । ସୁକିନ୍ଦା ଥାନାରେ ଅଭିଯୋଗ ହେବାରୁ ପୋଲିସ ତତ୍‌କ୍ଷଣାତ୍‌ ତଦନ୍ତ କରି ଏକ ମାମଲା ରୁଜୁ କରିଛି । କେସ୍‌ ନଂ ୧୫୨/୨୧ରେ ଦଫା ୩୭୬ ପସ୍କ ଆଇନ ଅନୁସାରେ ନାବାଳକକୁ ଗିରଫ କରି ଉଭୟଙ୍କୁ ଡାକ୍ତରୀ ମାଇନା କରି ଗିରଫ ଅଭିଯୁକ୍ତ ନାବାଳକକୁ ଜୁଭେନାଇଲ କୋର୍ଟକୁ ପଠାଇଛି ।

Get real time updates directly on you device, subscribe now.