fbpx

କାଲିଠୁ ଅଫଲାଇନ୍ ମାଟ୍ରିକ ପରୀକ୍ଷା, ଜାଣନ୍ତୁ ଏନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ ଓ ବୋର୍ଡ ସଭାପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ଯୋଗୁଁ ଚଳିତବର୍ଷ ପ୍ରଥମଥର ପାଇଁ ବିନା ପରୀକ୍ଷାରେ ମାଟ୍ରିକ ଫଳ ପ୍ରକାଶ ପାଇଛି । କିନ୍ତୁ ଏଥିରେ ଅସନ୍ତୁଷ ଥିବା ଛାତ୍ରଛାତ୍ରୀମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ । ଆସନ୍ତାକାଲିଠାରୁ ରାଜ୍ୟରେ ଅଫଲାଇନ୍ ମାଟ୍ରିକ ପରୀକ୍ଷା ହେବାକୁ ଯାଉଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲିଠାରୁ ଅଗଷ୍ଟ ୫ ତାରିଖ ଯାଏଁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ଚାଲିବ । ୧୫ ହଜାର ୧୩୬ ଜଣ ପରୀକ୍ଷାର୍ଥୀ ୫୦୪ଟି କେନ୍ଦ୍ରରେ ପରୀକ୍ଷା ଦେବେ । ନିର୍ଦ୍ଦିଷ୍ଟ ସମୟରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଚେଷ୍ଟା କରିବୁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ତେବେ ୨,୫୫୫ ଜଣ କରେସପଣ୍ଡେନ୍ସରେ ପରୀକ୍ଷା ଦେଇଥିଲେ । ସେଥିରୁ ୧୩୯ ଜଣ ଭିନ୍ନକ୍ଷମ କରେସପଣ୍ଡେନ୍ସରେ ପରୀକ୍ଷା ଦେଇଥିଲେ । ମାନବାଧିକାର କମିଶନ ଯାହା ନିଷ୍ପତ୍ତି ନେବେ, ତାକୁ ବିଏସଇ ପାଳନ କରିବ ବୋଲି ସମୀର କହିଛନ୍ତି ।

ଅନ୍ୟପଟେ ଅଫଲାଇନ୍ ମାଟ୍ରିକ ପରୀକ୍ଷା ନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇ କହିଛନ୍ତି ଯେ, ‘ଆସନ୍ତାକାଲି ଅଫଲାଇନ୍ ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ ପରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରାଯିବ । ପରୀକ୍ଷାରେ ନିୟୋଜିତ ଶିକ୍ଷକଙ୍କ ଆଣ୍ଟିଜେନ୍ ଟେଷ୍ଟ ସରିଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି । କୋଭିଡ ସ୍ଥିତି ସମୀକ୍ଷା ପାଇଁ ସ୍ୱତନ୍ତ୍ର କୋଭିଡ ସ୍କ୍ୱାଡ୍ ଗଠନ ହୋଇଛି । ସମସ୍ତ ପରୀକ୍ଷା କେନ୍ଦ୍ରକୁ ଅବଜରଭେସନରେ ରଖାଯାଇଛି ।’

Get real time updates directly on you device, subscribe now.