fbpx

କରୋନା ପରେ ଚିନ୍ତା ବଢ଼ାଇଲା ଜିକା ଭାଇରସ୍‌ , ମହାରାଷ୍ଟ୍ରରେ ସାମ୍ନାକୁ ଆସିଲା ପ୍ରଥମ ଆକ୍ରାନ୍ତ

ମୁମ୍ବାଇ,(ଭାସ୍କର ନ୍ୟୁଜ୍): ମହାମରୀ କରୋନା ଭାଇରସ୍‌ ପରେ ଏବେ ଆଉ ଏକ ଭାଇରସ୍‌ ଲୋକଙ୍କ ମନରେ ଭୟ ବଢ଼ାଇଲାଣି । ଏବେ ଡରାଇଲାଣି ଜିକା ଭାଇରସ୍‌ । ମହାରାଷ୍ଟ୍ରରେ ଜିକା ଭାଇରସ୍‌ ଆତଙ୍କ ଖେଳାଇବା ଆରମ୍ଭ କରିଛି । ପୁନେରେ ଜିକା ଭାଇରସ୍‌ ସଂକ୍ରମଣର ପ୍ରଥମ ମାମଲା ସାମ୍ନାକୁ ଆସିଛି । ଏଠାକାର ଜଣେ ୫୦ ବର୍ଷୀୟ ମହିଳାଙ୍କ ଟେଷ୍ଟ ରିପୋର୍ଟରେ ଜିକା ଭୂତାଣୁ ଚିହ୍ନଟ ହୋଇଛି ।

ରିପୋର୍ଟ ଅନୁସାରେ ଉକ୍ତ ମହିଳା ଜଣକ ଜିକା ଭାଇରସ ସମେତ ଚିକେନ୍‌ ଗୁନିଆରେ ମଧ୍ୟ ପୀଡିତ । ଜିକା ଭାଇରସ ମାମଲା ସାମ୍ନାକୁ ଆସିବା ପରେ ଏକ ସରକାରୀ ଡାକ୍ତରୀ ଦଳ ପୁରନ୍ଦର ତହସିଲର ବେଲସର ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଟିମ୍‌ ସରପଞ୍ଚ ଏବଂ ଗ୍ରାମ ପଞ୍ଚାୟତ ସଦସ୍ୟଙ୍କୁ ଭେଟି ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ନିର୍ଦ୍ଦେଶ ଦେଇଛନ୍ତି । ୫ଜଣ ରୋଗୀଙ୍କ ନମୁନା ଜୁଲାଇ ୧୬ରେ ଟେଷ୍ଟିଂ ପାଇଁ ପୁନେ ପଠାଯାଇଥିଲା । ସେଥିରୁ ତିନୋଟି ନମୁନାରେ ଚିକେନ୍‌ ଗୁନିଆ ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ସଂକ୍ରମିତ ହୋଇଥିବା ମହିଳା ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ ଏବଂ ତାଙ୍କ ପରିବାର ସଦସ୍ୟଙ୍କର କୌଣସି ଲକ୍ଷଣ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.