fbpx

କରୋନାରେ ରାଜ୍ୟରୁ ଗଡ଼ିଲା ୪ ମୁଣ୍ଡ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ଏକ ହଜାର ତଳକୁ ରହୁଥିବା ବେଳେ ଭୁବନେଶ୍ୱର ଓ କଟକରେ ସାମାନ୍ୟ ଅଧିକ ରହୁଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି ପାଇଛି । କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.