fbpx

କୋଭିଡ଼ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେବେ ରାଜ୍ୟ ସରକାର, ଜାଣନ୍ତୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା ହ୍ରାସ ପାଇବାରେ ଲାଗିଛି । କରୋନା ଯୋଗୁଁ ପରିସ୍ଥିିତି ବିଗିଡ଼ିଥିବା ବେଳେ କୋଭିଡ଼ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ଯାଉଛନ୍ତି ରାଜ୍ୟ ସରକାର । ସହାୟତା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ ରାଜ୍ୟ ସରକାର । ପରିବାର ପିଛା ୫୦ ହଜାର ଟଙ୍କା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ଏସଓପି ଜାରି କରିବେ ।

ତେବେ ସଂକ୍ରମଣର ୩୦ ଦିନ ମଧ୍ୟରେ ମୃତ୍ୟୁବରଣ କରିଥିଲେ ପରିବାରକୁ ୫୦ ହଜାର ଟଙ୍କା ମିଳିବ । ସେହିପରି ୩୦ ଦିନ ଭିତରେ ଆତ୍ମହତ୍ୟା ବା ଦୁର୍ଘଟଣାରେ ମୃତକଙ୍କୁ ସାମିଲ କରାଯିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସେମାନଙ୍କୁ ମଧ୍ୟ ଯୋଗ କରାଯିବ, ଫଳରେ ରାଜ୍ୟରେ କୋଭିଡ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ । ନିୟମ ଅନୁସାରେ ମୃତ୍ୟୁର ଅଡିଟ ଜିଲ୍ଲାସ୍ତରରେ କମିଟି ଗଠନ ହେବ । ଏହି କ୍ରାଇଟେରିଆରେ ଥିବା ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ । ରାଜ୍ୟ ସରକାରଙ୍କ ସହାୟତା ନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।

Get real time updates directly on you device, subscribe now.