ନୂଆଦିଲ୍ଲୀ: ପିଏମ କିଷାନର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖବର । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଠକାମି ହୋଇଥିବା ଘଟଣା ସାମ୍ନାକୁ ଆସିଛି, ଯାହାଫଳରେ ଅଯୋଗ୍ୟ କୃଷିଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତରପ୍ରଦେଶର ବରେଲିରେ ୫୫,୨୪୩ ଅଯୋଗ୍ୟ କୃଷକ ଯାଞ୍ଚରେ ଧରାପଡିଛନ୍ତି । ସେମାନେ ଚାଷୀ ହେବା ସହିତ ସରକାରୀ ଚାକିରି ବା ଅନ୍ୟ କୌଣସି ବ୍ୟବସାୟ କରୁଛନ୍ତି । ଏହା ପରେ ବି ସେମାନଙ୍କ ଆକାଉଣ୍ଟକୁ ପିଏମ କିଷାନ ଟଙ୍କା ପଠାଯାଉଥିଲା ।
ଗରିବ ଚାଷୀଙ୍କୁ ସହାୟତା ପାଇଁ ସରକାର ଟଙ୍କା ପଠାଉଥିବା ବେଳେ କିଛି ଦୁର୍ବୃତ୍ତ ଶ୍ରେଣୀର ଲୋକେ ନିଜକୁ କୃଷି କହି ଟଙ୍କା ଲୁଟିବାରେ ଲାଗିଛନ୍ତି । ସେପ୍ଟେମ୍ବରରେ ଜିଲ୍ଲାସ୍ତରରେ ହୋଇଥିବା ଯାଞ୍ଚରେ ଏହି ଘଟଣା ସାମ୍ନାକୁ ଆସିଛି । ମାମଲାକୁ ନେଇ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଅଯୋଗ୍ୟ ଚାଷୀଙ୍କୁ ଟଙ୍କା ଫେରାଇବାକୁ ନୋଟିସ୍ ପଠାଯାଇଛି । ଟଙ୍କା ଫେରିବା ପରେ ତାହାକୁ ଭାରତ ସରକାରଙ୍କ ଫଣ୍ଡରେ ଜମା କରାଯିବ ।
ତେବେ ୩ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ନିଧି ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଅଧିକ ସଂଖ୍ୟାରେ ଏପରି କୃଷକ ଅଛନ୍ତି, ଯେଉଁମାନେ ସରକାରୀ କରିଛନ୍ତି ତ ଆଉ କେତେକ ବ୍ୟବସାୟ କରୁଛନ୍ତି । ସେମାନଙ୍କ ଆକାଉଣ୍ଟରେ ପିଏମ କିଷାନର ଟଙ୍କା ଆସୁଛି । ବରେଲୀରେ ଧରାପଡିଥିବା ଅଯୋଗ୍ୟ ଚାଷୀଙ୍କ ମଧ୍ୟରେ ୩୨,୩୯୩ ମୃତକଙ୍କ ବୋଲି ଜଣାପଡିଛି । ବରେଲି ବ୍ୟତୀତ ଅନ୍ୟ ଅଞ୍ଚଳରେ ବି ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ।