fbpx

IIFL Finance ଲଞ୍ଚ କଲା Whatsapp ଇନଷ୍ଟାଣ୍ଟ ବିଜିନେସ୍ Loan: ୧୦ ମିନିଟରେ ମିଳିପାରିବ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ସଂସ୍ଥାଠାରୁ ଲୋନ ପାଇବା ବହୁତ କଷ୍ଟକର ବ୍ୟାପାର । ଡିଜିଟାଲ ଯୁଗରେ ଟେକ୍ନୋଲୋଜିର ବିକାଶ ହୋଇଥିଲେ ମଧ୍ୟ ଅନେକ ସମୟରେ କରଜଧାରୀଙ୍କୁ ଲୋନ ପାଇଁ ଏଣେତେଣେ ବୁଲିବାକୁ ପଡ଼ିଥାଏ । ତେବେ ଏହି ପ୍ରକିୟାକୁ ସହଜ କରିବା ପାଇଁ ଆଇଆଇଏଫଏଲ ଫାଇନାନ୍ସ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି । ଆଇଆଇଏଫଏଲ ଫାଇନାନ୍ସ ପକ୍ଷରୁ ହ୍ୱାଟସଆପ୍ ଇନଷ୍ଟାଣ୍ଟ ବିଜିନେସ୍ ଲୋନ୍ ସୁବିଧା ଲଞ୍ଚ କରାଯାଇଛି । ଏଥିରେ ଗ୍ରାହକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ନେଇପାରିବେ ।

ତେବେ ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଦେଶର ପ୍ରଥମ ଏନବିଏଫସି ଭାବେ ହ୍ୱାଟସଆପ୍ ଇନଷ୍ଟାଣ୍ଟ ବିଜିନେସ୍ ଲୋନ୍ ଲଞ୍ଚ କରାଯାଇଛି । ଗ୍ରାହକମାନେ ୫ ମିନିଟରେ ସର୍ବନିମ୍ନ ସୁଧ ଦରରେ ୧୦ ଲକ୍ଷ ପର୍ଯ୍ୟନ୍ତ ଲୋନ ପାଇପାରିବେ । ବର୍ତ୍ତମାନ ଦେଶରେ ୪୫ କୋଟିରୁ ଅଧିକ ହ୍ୱାଟସଆପ୍ ୟୁଜର୍ସ ରହିଥିବା ବେଳେ ଲୋନ୍ ଆପ୍ଲାଏ ପାଇଁ ୨୪ ଘଣ୍ଟିଆ ସୁବିଧା ରହିଛି । ଆଇଆଇଏଫଏଲ ଫାଇନାନ୍ସରୁ ଲୋନ ନେବାକୁ ଚାହୁଁଥିବା ୟୁଜରଙ୍କୁ ହ୍ୱାଟସଆପରେ ‘ହାଏ’ ଲେଖି ୯୦୧୯୭୦୨୧୮୪ ନମ୍ବରକୁ ପଠାଇବାକୁ ପଡ଼ିବ । ଏହାପରେ ବେସିକ ଡିଟେଲ୍ସ ଦେବା ସହ କେୱାଇସି ପ୍ରକ୍ରିୟା ସମାପ୍ତ ପରେ ବ୍ୟାଙ୍କ ଟ୍ୟାନ୍ସଫର ଡିଟେଲ୍ସ ଭେରିଫିକେସନ ହେବ । ରେଜିଷ୍ଟ୍ରେସନ ପ୍ରକ୍ରିୟା ସରିବା ପରେ ପରେ ଆପଣଙ୍କ ଆକାଉଣ୍ଟରେ ଅର୍ଥ ଜମା ହୋଇଯିବ । ସୂଚନାଯୋଗ୍ୟ ଯେ, ଆଇଆଇଏଫଏଲ ଫାଇନାନ୍ସ ଦେଶର ସବୁଠାରୁ ବଡ଼ ରିଟେଲ କେନ୍ଦ୍ରିତ ଏନବିଏଫସି ମଧ୍ୟରେ ଅନ୍ୟତମ । ଏହା ହୋମ ଲୋନ୍, ଗୋଲ୍ଡ ଲୋନ, ବିଜିନେସ ଲୋନ, ମାଇକ୍ରୋଫାଇନାନ୍ସ, କ୍ୟାପିଟାଲ ମାର୍କେଟ ଫାଇନାନ୍ସ ଓ ଅନ୍ୟ ସେବା ପ୍ରଦାନ କରିଥାଏ ।

Get real time updates directly on you device, subscribe now.