fbpx

Ipl ଫାଇନାଲରେ ଜୁଆଖେଳ: ୪ ଗିରଫ,୨୭ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲାରେ ଆଇ.ପି.ଏଲ୍ କ୍ରିକେଟ୍ ସମୟରେ ଅନଲାଇନ୍ ମାଧ୍ୟମରେ ଜୁଆ ବା ବ୍ୟାଂଟି କରୁଥିବା ଚାରି ଜଣ ଦଲାଲଙ୍କୁ ମାଲକାନଗିରି ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୯ ଲକ୍ଷ ଟଙ୍କା ନଗଦ ଯବତ କରିବା ସହ ବ୍ଯାଙ୍କ ଆକାଉଣ୍ଟ ରେ ମୋଟ ୧୮ ଲକ୍ଷ ଟଙ୍କା ଥିବାବେଳେ ସେ ଆକାଉଣ୍ଟ ଗୁଡିକୁ ଲକ କରାଯାଇଛି । ତେବେ ବିଭିନ୍ନ ସମୟରେ ମାଲକାନଗିରି ଜିଲ୍ଲାରେ ଏହି ଆଇ.ପି.ଏଲ୍ ସମୟରେ ବହୁ ଯୁବ ଗୋଷ୍ଠିଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇବା ସହ ଅନ୍‌ଲାଇନ୍ ଓ ସିଧା ସଳଖ କ୍ରିକେଟ୍‌ରେ ଜୁଆ ଲଗାଇ କୋଟି କୋଟି ଟଙ୍କାର ଖେଳ ହେଉଥିବା ବେଳେ ଛତିଶଗଡ ଓ ଆନ୍ଧ୍ର ଦଳାଲଙ୍କ ଦ୍ୱାରା ମାଲକାନଗିରି ଜିଲ୍ଲାରେ ଅନ୍ୟ ଦଲାଲ ମାନେ ପରିଚାଳିତ ହୋଇ ଏଭଳି ଖେଳ ଖେଳୁଥିବା ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ ଏହି ଜୁଆ ଖେଳ ଜିଲ୍ଲାରେ ହେଉଥିବା ବେଳେ କୋଟି କୋଟି ଟଙ୍କାର ଅନୈତିକ କାରବାର ହୋଇ ଆସୁଛି ।

ଚଳିତ ବର୍ଷ ମଧ୍ୟ ସେହି ସମାନ ଢଙ୍ଗରେ ଜୁଆ ଖେଳ ହେଉଥିବା ବେଳେ ମାଲକାନଗିରି ଏସ.ଡି.ପିଓ ଅଭିଳାଷ ଜି ଓ ମାଲକାନଗିରି ଆଦର୍ଶଥାନା ଅଧିକାରୀ ରାମ ପ୍ରସାଦ ନାଗଙ୍କ ନେତୃତ୍ୱରେ ଏକ ଟିମ ବିଭିନ୍ନ ସ୍ଥାନରେ ଚଡାଉ କରି ଚାରି ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ବ୍ୟକ୍ତି ମାନେ ହେଲେ ପି.ଶୀନିବାସ ରାଓ, ବସନ୍ତ ବେହେରା, ଭୋଳାନାଥ ବିଶ୍ୱାଶ ଏବଂ ପି ଜଗନ ରାଓ । ଏମାନଙ୍କ ଠାରୁ ନଗଦ ୯ ଲକ୍ଷ ଟଙ୍କା ସହ ବ୍ୟାଙ୍କ ଆକାଉଣ୍ଟ ରୁ ମୋଟ ୧୮ ଲକ୍ଷ ଟଙ୍କା ଥିବା ବେଳେ ସେଗୁଡିକୁ ଲକ କରି ଅନେକ ମୋବାଇଲ, ଏଟିଏମ କାର୍ଡ, ଚେକ ବୁକ ପ୍ରଭୂତି ଜବତ କରାଯାଇଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଏସ.ଡି.ପି.ଓ ଅଭିଳାଷ ଜି ସୂଚନା ଦେଇଛନ୍ତି । ତେବେ ଏନେଇ ମାଲକାନଗିରି ଆଦର୍ଶ ଥାନାରେ ୪୭୪/୨୧ ରେ ଏକ ମାମଲା ରୁଜ କରି ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଜୁଆ ଖେଳରେ ଅନ୍ୟ କିଛି ଜଣଙ୍କ ସମ୍ପୃକ୍ତି ଥିବା ସୁରାକ ମିଳିଥିବା ଏବଂ ତଦନ୍ତ ଚାଲିଥିବା ଏସ ଡି ପି ଓ ଅଭିଳାଷ ଜି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.