fbpx

ବାଇକ୍‌ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କଲା ଗୋପ ପୁଲିସ : ମାଷ୍ଟର ମାଇଣ୍ଡ୍‌ ଶଶୀଭୁଷଣ ସହିତ ୪ ଗିରଫ, ୮ ରୁ ଉର୍ଦ୍ଧ୍ୱ ବାଇକ୍‌ ଜବତ

ଗୋପ (ଭାସ୍କର ନ୍ୟୁଜ୍‌): ଗୋପ ଅଞ୍ଚଳରେ ଏବେ ଦିନକୁ ଦିନ ରହାଯାନି ସହିତ ବାଇକ୍‌ ଚୋରି ହେଉଥିବା ଗୋପ ଥାନାରେ ଅଭିଯୋଗ ହୋଇଛି । ଗୋପ ପୋଲିସ ଏହି ଅଭିଯୋଗ ଅନୁସାରେ ବାଇକ୍‌ ଚୋରିକୁ ନେଇ ପୋଲିସ ଆମକୁ ଚ୍ୟାଲେଞ୍ଜ ଭାବରେ ନେଇଥିଲା । ଏପରି ଅଭିଯୋଗ ହେଉଥିବା ବେଳେ ଗତ ୨୫ ତାରିଖ ସନ୍ଧ୍ୟା ଗୋପ ଥାନା ଅଧିନ ନାଗପୁର ବଜାରରେ ଦୁଇ ଜଣ ବାଇକ୍‌ ଚୋର ଗାଡ଼ି ଚୋରି କରିବା ବାହାନାରେ କେତେକ ବାଇକ୍‌ ମଧ୍ୟରେରେ ଚାବି ଭର୍ତ୍ତି କରୁଥିବା ବେଳେ ଏକ ବୁଲେଟ୍‌ରେ ଚାବି ଭର୍ତି କରୁଥିବା ବେଳେ ନାଗପୁର ବଜାର କିଛି ଲୋକ ଏଇ ଦୁଇ ଚୋରଙ୍କୁ ଧରିବା ସହିତ ଭଲକି ଉତ୍ତମ ମଧ୍ୟମ ଦେବାସହିତ ଗୋପ ଥାନାକୁ ଫୋନ କରିଥିଲେ ଏବଂ ଘଟଣା ସ୍ଥଳରେ ଗୋପ ଥାନା ଅଧିକାରୀ କାଳନ୍ଦୀ ବେହେରା ପହଞ୍ଚି ଏହି ଦୁଇ ବାଇକ୍‌ ଚୋରକୁ ଥାନାକୁ ଆଣି ପଚରାଉଚରା କରିଥିଲେ । ମାତ୍ର ନାଗପୁର ବଜାରରୁ ଗୋଟିଏ ମାସରେ ୩୦ରୁ ଉର୍ଦ୍ଧ୍ୱ ବାଇକ୍‌ ଚୋରି ହେଇଥିଲା ବୋଲି ଅଭିଯୋଗ ହୋଇ ଥିବା ବେଳେ ଗତ ୨୫ ତାରିଖ ଦିନ ନାଗପୁର ଅଞ୍ଚଳର ସନାତନ ବେହେରା ନାମକ ଜଣେ ଯୁବକଙ୍କ ବାଇକ୍‌ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା ପୋଲିସ ଏ ସଂପର୍କରେ ଗୋପ ଥାନା ମୋକଦ୍ଦମା ନମ୍ବର ୫୧୧/୨୧ ରେ ଏକ ମୋକଦ୍ଦମା ରୁଜ୍ଜୁ କରି ସଂପୃକ୍ତ ଦୁଇ ବାଇକ୍‌ ଚୋର ଙ୍କୁ ନେଇ ତଦନ୍ତ ଆରମ୍ଭ କରିଥିଲା ।

ନିମାପଡ଼ା ଥାନା ଅଞ୍ଚଳ ବଢରିକୋଲ ଗ୍ରାମର ବାଇକ୍‌ ଚୋରି ରାକେଟ୍‌ ର ମାଷ୍ଟର ମାଇଣ୍ଡ କୁହା ଯାଉଥିବା ଶଶି ଭୂଷଣ ଦାସ (୫୫) ଙ୍କ ସହ ସେହି ଗ୍ରାମର ମନୋଜ କୁମାର ରାଉତ୍‌ (୪୪) ପୁରୀ ଜିଲ୍ଲା ର ନିମାପଡ଼ା,ଗୋପ,ବାଲି ।ଟେଣା, ନିଆଳି,ବାଳକାଠି, କୋଣାର୍କ ଅଞ୍ଚଳ ରୁ ବାଇକ୍‌ ଚୋରି କରି ବିଭିନ୍ନ ଯାଗାରେ ରଖିବା ସହିତ କେତେକ ଗ୍ୟାରେଜ ରେ ବାଇକ୍‌ ବିକ୍ରି କରୁଥିବା ଜଣାପଡିବା ଗୋପ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୮ ଗୋଟି ବାଇକ୍‌ ସହିତ ଆଉ କେତେକ ଗାଡ଼ି ର ଯନ୍ତ୍ରାଂଶ ଜବତ କରିଥିବା ବେଳେ ଏହି ବାଇକ୍‌ ଚୋରି ଅଭିଯୋଗ ରେ ବାଲିାଟଣା ଥାନା ଅଞ୍ଚଳ ପ୍ରଦି୍‌ କୁମାର ଭୋଇ (୩୦)ବର୍ଷ ନିମାପଡ଼ା ଥାନା ଅଞଳ ଅଙ୍ଗାରପଡା ଗ୍ରାମର ବିଭ୍ରୂସାଦ ଦାସ (୩୩) ବର୍ଷ କୁ ଗିରଫ କରିବା ସହିତ ବିଭିନ୍ନ ସ୍ଥାନରୁ ମଧ୍ୟ ଗାଡ଼ି ଜବତ କରିଥିଲା । ଏହି ବାଇକ୍‌ ଲୁଟେରା ଗ୍ୟାଙ୍ଗକୁ ନୂତନ ଭାବରେ ଗୋପ ଥାନାରେ ଯୋଗ ଦେଇ ଥିବା ଥାନା ଅଧିକାରୀ କାଳନ୍ଦୀ ବେହେରାଙ୍କ ସହିତ ଥାନା ଏସ୍ଆଇ ବଂଶିଧର ବିଶ୍ୱାଳ, ଶୁଶାନ୍ତ କୁମାର ଦାସ ୨ ଦିନ ଧରି ବିଭିନ୍ନ ଜାଗାରେ ଚଢାଉ କରି ଏହି ବାଇକ୍‌ ଜବତ କରିଥିବା ବେଳେ ବୁଧବାର ଦିନ ମଧ୍ୟ ଗୋପ ଥାନା ଅଞ୍ଚଳରୁ ଆଉ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ବୁଧବାର ମଧ୍ୟାହ୍ନରେ ଗୋପ ଥାନା ଅଧିକାରୀ କାଳନ୍ଦୀ ବେହେରା ଏକ ପ୍ରେସ୍‌ ମିଟ୍‌ କରିଥିଲେ ଓ ଏହି ସୂଚନା ଦେଇଥିବା ବେଳେ ଆଗକୁ ଆହୁରି କେତେକ ଲୁଟେରାଙ୍କୁ ଗିରଫ କରା ଯିବା ସହିତ ଚୋରି ବାଇକ୍‌ ଜବତ ହେବ ବୋଲି ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନଙ୍କୁ ବୁଧବାର ଦିନ କୋର୍ଟ ଚାଲାଣ କରା ଯାଇଥିବା ବେଳେ ସେମାନଙ୍କୁ ମାନ୍ୟବର କୋର୍ଟ ଅଭିଯୁକ୍ତ ମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଛନ୍ତି ବୋଲି କୁହାଯାଇଛି ।

Get real time updates directly on you device, subscribe now.