fbpx

ଆମେରିକାରେ ପୁଣି ବେକାବୁ କରୋନା, ହସ୍ପିଟାଲରେ ମିଳୁନି ବେଡ୍

ୱାଶିଂଟନ୍: ଆମେରିକାରେ ପୁଣିଥରେ କରୋନା ବିସ୍ତାର ହେବାରେ ଲାଗିଛି । ଟିକାକରଣ ପରେ ବି ପୁଣିଥରେ ମେଡିକାଲରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆମେରିକାର ସ୍ୱାସ୍ଥ୍ୟ ଓ ମାନବ ସେବା ବିଭାଗର ସୂଚନା ମୁତାବକ, ଦେଶର ଅନେକ ଅଞ୍ଚଳରେ କୋଭିଡ ମାମଲା ଗତବର୍ଷ ନଭେମ୍ବର ତୁଳନାରେ ବୃଦ୍ଧି ପାଇଛି । ରିପୋର୍ଟରେ କୁହାଯାଇଛି ଯେ, କୋଭିଡର ପଜିଟିଭ୍ ବା ସନ୍ଦିଗ୍ଧ ମାମଲା ବଢ଼ିବାରୁ ପୂର୍ବ ବର୍ଷ ତୁଳନାରେ ଅଧିକ ଆଇସିୟୁ ବେଡ୍ ଆବଶ୍ୟକ ପଡୁଛି । ଦେଶର ଥିବା କୋଲୋରାଡା, ମିନସୋଟା ଓ ମିଶିଗନରେ ବର୍ତ୍ତମାନ ସୁଦ୍ଧା ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା କ୍ରମଶଃ ୪୧, ୩୭ ଓ ୩୪ ପ୍ରତିଶତ ରହିଛି ।

କରୋନା ରୋଗୀଙ୍କ ପାଇଁ ଆଇସିୟୁ ଶଯ୍ୟାର ଆବଶ୍ୟକତା ଥିବାରୁୁ ଅନ୍ୟ ରୋଗରେ ପୀଡିତ ରୋଗୀମାନଙ୍କୁ ବେଡ୍ ମିଳିପାରୁ ନାହିଁ । ଦୁଇମାସ ପାଇଁ କରୋନା ସଂକ୍ରମଣ ମାମଲା ହ୍ରାସ ହେବା ପରେ ପୁଣି ଥରେ ବୃଦ୍ଧି ରେକର୍ଡ କରାଯାଉଛି । ଡେଲଟା ଭାରିଆଣ୍ଟ ଯୋଗୁଁ ଏହି ମାମଲା ମଧ୍ୟ ସାମ୍ନାକୁ ଆସୁଛି । ଥଣ୍ଡା ପାଗ ଯୋଗୁଁ ଲୋକମାନେ ଘରେ ରହୁଛନ୍ତି , ଯାହାଫଳରେ ଟିକାକରଣ ହ୍ରାସ ପାଉଛି । ଶୀତ ଦିନରେ କରୋନାର ଆଉ ଏକ ତରଙ୍ଗ ଆସିପାରେ ବୋଲି ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି ।

Get real time updates directly on you device, subscribe now.