fbpx

ଡାକ୍ତର ଫ୍ୟାମିଲି ଯଦି ଏତେ ଭଦ୍ର, ତେବେ ପୁଅ କାହିଁକି ବାହାରକୁ ଆସୁନାହିଁ: ଘରେ ଥିବା ଲୋକ ବିଶାଖାପଟନମ୍ ଗଲା କିପରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନ୍ୟାୟ ପାଇବା ପାଇଁ ଶ୍ୱଶୁର ଘର ସମ୍ମୁଖରେ ତପସ୍ୱିନୀ ଦାଶ ତିନି ଦିନ ଧରି ଧାରଣାରେ ବସି ରହିଛନ୍ତି । ଇତି ମଧ୍ୟରେ ତପସ୍ୱିନୀଙ୍କୁ ନ୍ୟାୟ ମିଳିନଥିବା ବେଳେ ତାଙ୍କର ବାପା ଓ ଭାଇଙ୍କୁ ଗତକାଲି ପୋଲିସ ଧାରଣାସ୍ଥଳରୁ ଉଠାଇ ନେଇଥିଲା । ତେବେ ତିନି ଦିନ ହେଲା ଶ୍ୱଶୁର ପ୍ରମୋଦ ସାହୁ ନିଜ ଘରୁ ବାହାରକୁ ବାହାରୁନଥିଲେ । ଆଜି ବାହାରକୁ ଆସିବା ପରେ ବି ସମ୍ପୂର୍ଣ୍ଣ ମିଛ କଥା କହୁଥିବା ଅଭିଯୋଗ ଆଣିଛନ୍ତି ତପସ୍ୱିନୀ ।

ତପସ୍ୱିନୀ କହିଛନ୍ତି ଯେ, ତାଙ୍କ ବିରୋଧରେ ଶ୍ୱଶୁର ମିଥ୍ୟା ଅଭିଯୋଗ ଆଣୁଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ନଥିଲା, ବରଂ ଶ୍ୱଶୁର ଘରେ ତାଙ୍କୁ ନିର୍ଯାତନା ଦେଇ ତାଙ୍କର ଗର୍ଭପାତ କରାଯାଇଥିଲା । ତାଙ୍କୁ ଧାରଣାସ୍ଥଳରୁ ଘଉଡ଼ାଇବା ପାଇଁ ଏପରି ବୟାନବାଜୀ କରାଯାଉଛି । ଶ୍ୱଶୁର ଘର ଭିତରେ ହିଁ ଥିଲେ । ଶ୍ୱଶୁର ବିଶାଖାପଟନମରେ ଥିବା କଥା ମିଛି ବୋଲି ତପସ୍ୱିନୀ ଅଭିଯୋଗ କରିଛନ୍ତି । ଅପରପକ୍ଷେ ପ୍ରମୋଦ କିଛିଦିନ ହେଲା ଘରେ ନଥିଲେ, ସେ ବିଶାଖାପଟନମରେ ଥିଲେ । ତପସ୍ୱିନୀ କୋର୍ଟଙ୍କ ଆଦେଶ ମୁତାବକ ପରିଚାଳିତ ହେବା ଉଚିତ ବୋଲି ଶ୍ୱଶୁର ପ୍ରମୋଦ କହିଛନ୍ତି ।

Get real time updates directly on you device, subscribe now.