fbpx

କୋଭିଡର ନୂଆ ଷ୍ଟ୍ରେନ୍ ବଢ଼ାଇଲା ଚିନ୍ତା, ୬ ଆଫ୍ରିକୀ ଦେଶକୁ ଯାତ୍ରା କରିବା ଉପରେ ୟୁକେ ଲଗାଇଲା ବ୍ୟାନ୍

ନୂଆଦିଲ୍ଲୀ: ବ୍ରିଟେନ (ୟୁକେ) ଗୁରୁବାର ୬ଟି ଦେଶରୁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ଘୋଷଣା କରିଛି। କରୋନାର ନୂତନ ଷ୍ଟ୍ରେନ୍ ସାମ୍ନାକୁ ଆସିବା ପରେ ବ୍ରିଟେନ ଏହି ନିଷ୍ପତ୍ତି ନେଇଛି, ଯାହା ଡେଲଟା ଅପେକ୍ଷା ଅଧିକ ବିପଜ୍ଜନକ ହୋଇଥିବା ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଦକ୍ଷିଣ ଆଫ୍ରିକାରେ ନୁତନ ଭାରିଆଣ୍ଟର ୩୦ ରୁ ଅଧିକ ନୂତନ ମାମଲା ଦେଖିବାକୁ ମିଳିଛି । ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ସାଜିଦ୍ ଜାଭିଦ୍ ବିମାନ ଉଡ଼ାଣକୁ ବାତିଲ କରିବା ନେଇ ଘୋଷଣା କରିଛନ୍ତି।

ୟୁକେର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ପକ୍ଷରୁ ଭାରିଆଣ୍ଟ ବି.୧.୧.୫୨୯ କୁ ଯାଞ୍ଚ କରିବା ପରିପ୍ରେକ୍ଷୀରେ ଏକ ସଂସ୍କରଣ ଘୋଷଣା କରିବା ପରେ ବିମାନ ଉଡ଼ାଣକୁ ରଦ୍ଦ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଦକ୍ଷିଣ ଆଫ୍ରିକାରେ ୨୦ରୁ ଅଧିକ ନୁତନ ମାମଲା ଚିହ୍ନଟ ହୋଇଛି । ଏସବୁ ନୁତନ ଭାରିଆଣ୍ଟ କାରଣରୁ ବ୍ୟାପିବାରେ ଲାଗିଛି । କୁହାଯାଉଛି ଯେ, ଏହି ନୂତନ ଭାରିଆଣ୍ଟ ଡେଲଟା ଓ ଡେଲଟା ପ୍ଲସ୍ ଠାରୁ ବି ଅଧିକ ବିପଦଜନକ ।

Get real time updates directly on you device, subscribe now.