fbpx

ସାମ୍ନାକୁ ଆସିଲା କ୍ୟାଟ୍ରିନା କୈଫ୍-ଭିକି କୌଶଲଙ୍କ ବିବାହର ପ୍ରଥମ ଫୋଟୋ, ରାଜକୀୟ ଅନ୍ଦାଜରେ ସରିଲା ବାହାଘର

ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଅଭିନେତା ଭିକି କୌଶଲ । ୯ ଡିସେମ୍ବର ସନ୍ଧ୍ୟାରେ କ୍ୟାଟ୍ରିନା ଏବଂ ଭିକିଙ୍କ ବିବାହ ରାଜସ୍ଥାନରେ ହୋଇଛି । ଏହି ବିବାହରେ ଭିକି ଏବଂ କ୍ୟାଟ୍ରିନାଙ୍କ ନିକଟ ସମ୍ପର୍କୀୟମାନେ ଯୋଗଦେଇଥିଲେ । ତେବେ ବିବାହରେ ଯେପରି କୌଣସି ଫୋଟୋ ନଉଠାଯିବ ସେନେଇ ବାରଣ ହୋଇଥିଲେ ବି ଫୋଟୋ ଏବଂ ଭିଡିଓ ଲିକ୍ ହୋଇଛି ଆଉ ଏହା ଖୁବ୍ ଭାଇରାଲ ମଧ୍ୟ ହେଉଛି ।

ରାଜସ୍ଥାନର ସବାଇ ମାଧୋପୁରର ପ୍ରସିଦ୍ଧ ବରବାଡ଼ା ଦୁର୍ଗରେ ଖୁବ୍ ଧୁମଧାମରେ ପାଳନ କରିଛନ୍ତି ନିଜର ବିବାହ ଉତ୍ସବ । ଗତ କିଛି ଦିନ ଧରି ଅନେକ କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଥିଲା । ଯାହାର ଫୋଟୋ କିମ୍ବା ଭିଡିଓକୁ ଅପେକ୍ଷା କରିରହିଥିଲେ ଫ୍ୟାନ । ତେବେ ବର୍ତ୍ତମାନ ତାଙ୍କ ବିବାହର ଫୋଟୋ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଭିକି କ୍ୟାଟ୍ରିନା ପରସ୍ପରକୁ ବରମାଳା ପିନ୍ଧାଉଥିବା ନଜର ଆସିଛନ୍ତି ।

 

 

View this post on Instagram

Get real time updates directly on you device, subscribe now.