ବିବାହ ଭୋଜିରୁ ଫେରିବା ସମୟରେ ମର୍ମନ୍ତୁଦ ଦୁର୍ଘଟଣା; ଚାଲିଗଲା ୫ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ କନ୍ନୌଜରେ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି। ଏହି ବଡ଼ ଦୁର୍ଘଟଣାରେ ୫ଜଣ ଡାକ୍ତରଙ୍କର ମୃତ୍ୟୁ ଘଟିଛି। କାରଟି ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ଅପରପାର୍ଶ୍ୱରେ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା। ଖବର ମୁତାବକ ଏହି କାର୍‌ରେ ଏକ ମେଡିକାଲ କଲେଜର ୫ଜଣ ଡାକ୍ତର ବିବାହ ଭୋଜିରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଛି।

ବୁଧବାର ଭୋର ପ୍ରାୟ ୩:୪୩ ସମୟରେ ଏହି ଦୁର୍ଘଟଣା ଘଟିଛି। ସ୍କର୍ପିଓ କାର୍ UP 80 HB 0703 ଯାହା ଆଗ୍ରା ଯାଉଥିଲା। ଡ୍ରାଇଭରଟି ଅନିୟନ୍ତ୍ରିତ ହୋଇ କାରକୁ ଡିଭାଇଡର୍ ସହ ପିଟିଥିଲା, ପରେ ଏହି ଡିଭାଇଡର ଭାଙ୍ଗି ଆଗ୍ରାରୁ ଲକ୍ଷ୍ନୌ ଆଡକୁ ଆସି ଟ୍ରକ୍ ନମ୍ବର RJ 09 CD 3455 ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।