ବିଶ୍ୱର ଏକ ଅଜବ ସ୍ଥାନ: ଯେଉଁଠାରେ ଶୀତଋତୁରେ ୯୦ ଦିନ ଯାଏଁ ଅନ୍ଧାର ରହେ

ଓଡିଶା ଭାସ୍କର: ବେଳେବେଳେ କିଛି ଅଜବ ଖବରକୁ ନେଇ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି। କିନ୍ତୁ ବାସ୍ତବରେ ତାହା ସମ୍ପୂର୍ଣ୍ଣ ସତ ହୋଇଥାଏ। ଠିକ୍ ଏହିଭଳି ଏକ ଖବର ରହିଛି ଯାହା ବିଷୟରେ ଜାଣିବା ପରେ ଆପଣ ପୁଣିଥରେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ବିଶ୍ୱରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ବର୍ଷରେ ୬୯ ଦିନ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ସେହିପରି ଶୀତଋତୁରେ ୩ ମାସ ଅର୍ଥାତ ୯୦ ଦିନ ସୂର୍ଯ୍ୟ ଦେଖା ଦିଅନ୍ତି ନାହିଁ। ତେବେ ଏମିତି ଦୃଶ୍ୟ ନରଓ୍ବେର ସମାରୋହ ଦ୍ୱୀପରେ ଦେଖିବାକୁ ମିଳେ। ଏଠାରେ ୧୮ ମେ’ରୁ ଜୁଲାଇ ୨୬ ପର୍ଯ୍ୟନ୍ତ ୬୯ ଦିନ ସୂର୍ଯ୍ୟ ବୁଡ଼ନ୍ତି ନାହିଁ। ଏଥିପାଇଁ ଏହି ନରଓ୍ବେ ଦ୍ୱୀପକୁ ବିଶ୍ୱର ପ୍ରଥମ ଟାଇମ୍ ଫ୍ରି ଜୋନ୍ ଭାବେ ଘୋଷଣା ପାଇଁ ଦାବି କରାଯାଇଛି। ଏହି ସମାରୋହ ଦ୍ୱୀପରେ ବର୍ତ୍ତମାନ ପ୍ରାୟ ୩୫୦ ଜଣ ଲୋକେ ବାସ କରୁଛନ୍ତି।

ତେବେ ଲୋକେ ଯେତେବେଳେ ଯାହା ଚାହିଁବେ କରିପାରିବେ। ନିର୍ଦ୍ଦିଷ୍ଟ ଏକ ସମୟସୀମାରେ ବାନ୍ଧି ନ ହୋଇ ସ୍କୁଲ କଲେଜ ଯିବା କିମ୍ବା ଅନ୍ୟ କାମ କରିବା ପାଇଁ ମୁକ୍ତ ରହି ପାରିବେ। ଏତଦ୍‌ବ୍ୟତୀତ ନରଓ୍ବେକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ସମୟ ଜଞ୍ଜାଳରେ ନ ଫସି ମୁକ୍ତ ଭାବେ ଜୀବନକୁ ଉପଭୋଗ କରିପାରିବେ। ଏସବୁକୁ ଦୃଷ୍ଟିରେ ରଖି ଏହି ସ୍ଥାନକୁ ବିଶ୍ୱର ପ୍ରଥମ ଟାଇମ୍ ଫ୍ରି ଜୋନ୍ ଭାବେ ଘୋଷଣା କରାଯାଉ ବୋଲି ଦାବି ଉଠିଛି। ତେବେ ଏଠାକାର ସ୍ଥାନ ଦେଖିବାକୁ ଭାରି ମନଲୋଭା। ଏହି ସୁନ୍ଦର ପରିବେଶକୁ ଉପଭୋଗ କରିବାକୁ ସମସ୍ତେ ଚାହାଁନ୍ତି। କିନ୍ତୁ ସମସ୍ତେ ଏକ ନିର୍ଦ୍ଦିଷ୍ଟ ସମୟସୀମାରେ ବାନ୍ଧି ହୋଇ ରହିବାକୁ ପସନ୍ଦ କରନ୍ତି ନାହିଁ।

Get real time updates directly on you device, subscribe now.