ଗୋଟିଏ ମାସରେ ବଦଳିଗଲା ଭାଗ୍ୟ: ନିବେଶ କରି ପାଇଲେ ୧୦୦୦ କୋଟି

ନୂଆଦିଲ୍ଲୀ: ଶେୟାର ମାର୍କେଟ କେବେବି କାହାର ଭାଗ୍ୟ ବଦଳାଇଦେଇପାରେ । ଏହା କାହାକୁ ଗୋଟିଏ ମାସରେ କୋଟିପତି କରିପାରେ  ତ’ ପୁଣି କାହାକୁ କାଙ୍ଗାଳ କରିପାରେ । ଆମେରିକା କମ୍ପାନୀ ବ୍ୟାଡ୍ ବାଥ୍ ଆଣ୍ଡ୍ ୱିଣ୍ଡୋର ଶେୟାର ସହ ଜଡ଼ିତ ଏକ ଏଭଳି ଅଦ୍ଭୁତ ଖବର ସାମ୍ନାକୁ ଆସିଛି ।

ପ୍ରକୃତରେ ଜଣେ ୨୦ ବର୍ଷର ଛାତ୍ର ବ୍ୟାଡ୍ ବାଥ୍ ଆଣ୍ଡ୍ ୱିଣ୍ଡୋ କମ୍ପାନୀର ଶେୟାରରେ ୨୫୦ ଲକ୍ଷ ଡଲାର ଅର୍ଥାତ୍ ୨ ଅରବ ଟଙ୍କା ଲଗାଇଥିଲେ ଏବଂ ମାତ୍ର ଏକ ମାସରେ ଏହି ନିବେଶ ୧୩୦୦ ଲକ୍ଷ ଡଲାର ବା ପ୍ରାୟ ୧୦୦୦ କୋଟି ଟଙ୍କା ଆଖପାଖରେ ପହଞ୍ଚିଥିଲା ।

ଏହି ଛାତ୍ରଙ୍କ ନାମ ଜ୍ୟାକ୍ ଫ୍ରୀମ୍ୟାନ୍ । ସେ ଟ୍ୱିଟରରେ ଏନେଇ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ବ୍ୟାଡ ବାଥ୍ ଆଣ୍ଡ ୱିଣ୍ଡୋ କମ୍ପାନୀ ନିତ୍ୟ ବ୍ୟବହାର୍ଯ୍ୟ ସହ ଜଡ଼ିତ ଜିନିଷ ବିକ୍ରି କରିଥାଏ ।

ଫ୍ରିମିନ୍ ଟ୍ୱିଟରରେ କହିଛନ୍ତି ଯେ ୧୨ ବର୍ଷ ବୟସରେ ତାଙ୍କୁ ଫାଇନାନ୍ସ ଏବଂ ଇନଭେଷ୍ଟମେଣ୍ଟରେ ରୁଚି ହେବାରେ ଲାଗିଥିଲା । ଫାଇନାନ୍ସ ଇଣ୍ଡଷ୍ଟ୍ରୀରେ ଫ୍ରିମ୍ୟାନ୍ ୧୨ ବର୍ଷ ବୟସରୁ କାମ କରିବା ଆରମ୍ଭ କରିଦେଇଥିଲା । ୨୦ ବର୍ଷର ଜ୍ୟାକ୍ ଫ୍ରୀମ୍ୟାନ୍ ଏବେ ଆମେରିକାର ୟୁନିଭର୍ସିଟି ଅଫ୍ ସଦର୍ଣ୍ଣ କାଲିଫର୍ଣ୍ଣିଆରେ ଗଣିତ ଏବଂ ଅର୍ଥଶାସ୍ତ୍ର ଉପରେ ପାଠ ପଢ଼ୁଛନ୍ତି । ସେ କହିଛନ୍ତି ଯେ ପାଠ ସହ କିଛି ରୋଜଗାର କରିବାର ଇଚ୍ଛା ଯୋଗୁଁ ବ୍ୟାଡ୍ ଆଣ୍ଡ ୱିଣ୍ଡୋରେ ଟଙ୍କା ଲଗାଇଥିଲେ । ଅବଶ୍ୟ ଏନେଇ ସେ ଏହା ସ୍ପଷ୍ଟ କରିନାହିଁନ୍ତି ଯେ ତାଙ୍କ ପାଖରେ ୨୫୦ ଡଲାର କେଉଁଠୁ ଆସିଥିଲା  ।