fbpx

ଅଙ୍ଗନବାଡି ପୋଷ୍ଟରେ ବମ୍ପର ନିଯୁକ୍ତି, ରାଜ୍ୟରେ ଖାଲି ପଡିଥିବା ୫୩,୦୦୦ ପଦବୀ ହେବ ପୂରଣ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଙ୍ଗନବାଡି ପୋଷ୍ଟରେ ବମ୍ପର ନିଯୁକ୍ତି ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ମିଶନ ଏମ୍ପ୍ଲୟମେଣ୍ଟ ୟୁପିର ଟ୍ୱିଟର ହ୍ୟାଣ୍ଡେଲ ଅନୁଯାୟୀ ଶିଶୁ ବିକାଶ ସେବା ଏବଂ ପୁଷ୍ଟିକର ବିଭାଗରେ ୫୩,୦୦୦ ଅଙ୍ଗନବାଡି ପଦବୀ ପୂରଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏଥିପାଇଁ ଖୁବ ଶୀଘ୍ର ସରକାର ଏକ ବିଜ୍ଞପ୍ତି ମଧ୍ୟ ଜାରି କରିବେ।

ଆଇସିଡିଏସ୍ ନିର୍ଦ୍ଦେଶାଳୟ ସମସ୍ତ ଜିଲ୍ଲାରୁ ଖାଲି ପଦବୀଗୁଡିକର ସବିଶେଷ ତଥ୍ୟ ମାଗିଛି। ଯାହା ପରେ ବର୍ତ୍ତମାନ ଆଶା କରାଯାଉଛି ଯେ ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞପ୍ତି ଏପ୍ରିଲ୍ ଶେଷରେ କିମ୍ବା ମେ’ର ପ୍ରଥମ ସପ୍ତାହରେ ଆସିପାରେ । ସୂଚନାମୁତାବକ ଗତ ୧୦-୧୨ ବର୍ଷ ଧରି ୟୁପିରେ ଅଙ୍ଗନବାଡି ପଦବୀରେ କୌଣସି ନିଯୁକ୍ତି ହୋଇନାହିଁ। ଯେଉଁଥିପାଇଁ ରାଜ୍ୟରେ ହଜାର ହଜାର ଅଙ୍ଗନବାଡି ପଦବୀ ଖାଲି ପଡିଛି।
ଏହା ଅଧୀନରେ ଅଙ୍ଗନବାଡି , ମିନି ଅଙ୍ଗନବାଡି ଏବଂ ସହାୟକ ପଦବୀ ଖାଲି କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି। ଏହି ନିଯୁକ୍ତି ହଜାର ହଜାର ଲୋକଙ୍କୁ ରୋଜଗାର ମିଳିବ । ଗ୍ରାମ ସ୍ତରରେ ଅଙ୍ଗନବାଡି କର୍ମୀ ରାଜ୍ୟ ସରକାରଙ୍କ ଶିଶୁ ବିକାଶ ତଥା ପୁଷ୍ଟିକର ଖାଦ୍ୟ, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟ କରନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଏହି ଅଙ୍ଗନବାଡି କର୍ମୀଙ୍କୁ ଏକ ନୂତନ ଦାୟିତ୍ବ ଦେବାକୁ ଯାଉଛନ୍ତି।

ଯୋଗ୍ୟତା :
ଅଙ୍ଗନବାଡି ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ହେଉଛି ଦ୍ୱାଦଶ ପାସ୍ । ଏହା ସହିତ, ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୩୫ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ । ପୂର୍ବରୁ ଅଙ୍ଗନବାଡି ପଦ ପାଇଁ ଆବେଦନ କରିବାର ଯୋଗ୍ୟତା ଦଶମ ପାସ୍ ଏବଂ ସର୍ବାଧିକ ବୟସ ୪୫ ବର୍ଷ ଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଉଛି। ବର୍ତ୍ତମାନ ଯୋଗ୍ୟତା ଦ୍ୱାଦଶ ପାସ୍ ହେବ ତେବେ ସର୍ବାଧିକ ବୟସ ୩୫ ବର୍ଷରେ ସ୍ଥିର କରାଯାଇଛି ।

Get real time updates directly on you device, subscribe now.