fbpx

ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଛି ଏହି ଅଭିନେତ୍ରୀଙ୍କ ନାଁ, ଗୁଗୁଲ ଦେଲା ରିପୋର୍ଟ

Advertisement

ନୂଆଦିଲ୍ଲୀ: ବର୍ଷ ୨୦୨୩ ସରିବାକୁ ବସିଲାଣି । ଏହି ସମୟରେ ଗୁଗୁଲ ବିଶ୍ୱର ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ସବୁଠାରୁ ଟପ୍ ସର୍ଚ୍ଚ ତାଲିକା ପ୍ରକାଶିତ କରିଛି । ଏହି ତାଲିକାରେ ବଡ଼ ବଡ଼ ସେଲିବ୍ରିଟି, କଳାକାର, ଫିଲ୍ମ, କାର୍ଯ୍ୟକ୍ରମ, କ୍ରୀଡ଼ା ଇତ୍ୟାଦି ସାମିଲ ରହିଛି । ସେଥିମଧ୍ୟରୁ ଜଣେ ଭାରତୀୟଙ୍କ ନାଁ ଚର୍ଚ୍ଚାର ବିଷୟ ପାଲଟିଛି ।

ଗୁଗୁଲ ପକ୍ଷରୁ ଜାରି କରାଯାଇଥିବା ୨୦୨୩ ବର୍ଷର ଟପ୍ ସର୍ଚ୍ଚ ତାଲିକା ମଧ୍ୟରେ ଅନେକ ସେଲିବ୍ରିଟି ଓ ଚର୍ଚ୍ଚିତ ଲୋକମାନଙ୍କ ନାଁ ସାମିଲ ଅଛି । କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ଜଣେ ଭାରତୀୟଙ୍କ ନାଁ ତାଲିକାର ଶୀର୍ଷରେ ଅଛି । ସେ ହେଉଛନ୍ତି ବଲିଉଡ଼ର ଜଣେ ଲୋକପ୍ରିୟ ଅଭିନେତ୍ରୀ କିଆରା ଆଡଭାନୀ । ବଲିଉଡ଼ ଆଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ତାଙ୍କ ବିବାହା ଠାରୁ ଆରମ୍ଭ କରି ‘ସତ୍ୟ ପ୍ରେମ କି କଥା’ ଫିଲ୍ମ ରିଲିଜ ପର୍ଯ୍ୟନ୍ତ କିଆରା ଆଡଭାନୀଙ୍କ ନାଁକୁ ଅଧିକ ଥର ସର୍ଚ୍ଚ କରାଯାଇଛି । ଏଥିସହିତ ସେ କେବଳ ଭାରତ ନୁହେଁ ବରଂ ବିଶ୍ୱ ସ୍ତରରେ ଜିତିିଛନ୍ତି । ସେହିପରି ପୁରୁଷ କଳାକାରଙ୍କ ମଧ୍ୟରେ ‘ଜେରେମି ରେନେର’ ଟପରେ ଅଛନ୍ତି । ଏଥି ସହିତ ୱେବ୍ ସିରିଜ ‘ୱେଡ୍‌ନେସଡେ’ର ଅଭିନେତ୍ରୀ ‘ଜେନା ଓର୍ଟେଗା’ଙ୍କ ନାଁ ଟପ୍ ଲିଷ୍ଟରେ ସାମିଲ ଅଛି ।

Get real time updates directly on you device, subscribe now.