fbpx

ପାକିସ୍ତାନର ସିନ୍ଧ ପ୍ରଦେଶରେ ବୋମା ବିସ୍ଫୋରଣ: ୩ ଜଣଙ୍କର ମୃତ୍ୟୁ, ୪୦ ଗୁରୁତର

ଇସଲାମବାଦ: ଆଫଗାନିସ୍ତାନର ତାଲିବାନର କବଜା ପରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ପାକିସ୍ତାନରେ ଦେଖିବାକୁ ମିଳିଛି । ପାକିସ୍ତାନର ସିନ୍ଧ ପ୍ରଦେଶରେ ଆଜି ବୋମା ବିସ୍ଫୋରଣ ହୋଇଛି, ଯେଉଁଥିରେ ଶିଆ ସମ୍ପ୍ରଦାୟର ୩ ଜଣଙ୍କର ମୃତ୍ୟୁ ହୋଇଛି ।

ଖବର ମୁତାବକ, ପାକିସ୍ତାନର ସିନ୍ଧ ଅଞ୍ଚଳର ବହାୱନ ନଗରରେ ଶିଆ ସମ୍ପ୍ରଦାୟର ଲୋକେ ଶୋଭାଯାତ୍ରା କରୁଥିଲେ । ଏହି ସମୟରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୪୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣ ପରେ ଘଟଣାସ୍ଥଳରେ ଧାଁ ଦୌଡ଼ ଆରମ୍ଭ ହୋଇଥିଲା, ଫଳରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଥିଲେ ।

Get real time updates directly on you device, subscribe now.