fbpx

ଝାରସୁଗୁଡାରେ ବସ୍-ଟ୍ରଲର ଦୁର୍ଘଟଣା: ୧୦ ଆହତ

ଝାରସୁଗୁଡା: ବସ୍-ଟ୍ରଲର ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏଥିରେ ୧୦ ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ଝାରସୁଗୁଡାର ଲଖନପୁର ବ୍ଲକ ଜୁନିଆନ ନିକଟରେ ବସ୍ ଏବଂ ଟ୍ରଲରର ଧକ୍କା ହୋଇଛି । କିଏ କାହାକୁ ପିଟିଛି ଏବେ ଯାଏଁ କିଛି ସ୍ପଷ୍ଟ ସୂଚନା ମିଳିନି । ବସରେ କେତେକ ଯାତ୍ରୀ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟିବା ଫଳରେ ସ୍ଥାନୀୟ ଲୋକେ ଦୌଡି ଆସି ପୋଲିସକୁ ଖବର କରିଥିଲେ । ଏହାସହ ଆମ୍ବୁଲାନ୍ସକୁ ଡକାଯାଇ ସମସ୍ତ ୧୦ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.