fbpx

ଚୈତ୍ର ନବରାତ୍ରିରେ ରାଶି ଅନୁସାରେ ମା ଦୁର୍ଗାଙ୍କୁ ଚଢାନ୍ତୁ ପ୍ରସାଦ: ମିଳିବ ଏହି ସବୁ ଫାଇଦା

Advertisement

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୨ ତାରିଖରେ ଆରମ୍ଭ ହେବାକୁ ଯାଉଛି ଚୈତ୍ର ନବରାତ୍ରିର ପବିତ୍ର ସମ୍ଭାର । ଏହି ଅବସରରେ ମା ଦୁର୍ଗାଙ୍କର ୯ ସ୍ୱରୂପାଙ୍କୁ ପୂଜା ଆରାଧନା କରାଯାଇଥାଏ । ନବରାତ୍ରି ପାଳନ କରୁଥିବା ଭକ୍ତମାନେ ଏପ୍ରିଲ ୧୧ ତାରିଖରେ ଏହାକୁ ଉଜାଇବେ । ଜଗତ ଜନନୀ ମା ଦୁର୍ଗାଙ୍କୁ ପ୍ରସନ୍ନ କରିବା ସହ ମାଆଙ୍କ ଆଶିର୍ବାଦ ପ୍ରାପ୍ତ କରିବା ପାଇଁ ଏକ ଉତ୍ତମ ତିଥି ବୋଲି ବିଚାର କରାଯାଇଥାଏ । ତେବେ ଯଦି ଆପଣଆସନ୍ତା ଚୈତ୍ର ନବରାତ୍ରିରେ ମାଆଙ୍କ ପାଇଁ ବ୍ରତ ରଖିବାକୁ ଚାହାନ୍ତି, ତେବେ ଏହାର କିଛି ନିୟମକୁ ଆପଣ ଭଲ ଭାବରେ ଜାଣି ନିଅନ୍ତୁ । ନିୟମ ଅନୁସାରେ ବ୍ରତ କରିବା ଏବଂ ବିଧିକୁ ପାଳନ କରିବା ଦ୍ୱାରା ଚୈତ୍ର ନବରାତ୍ରିର ବ୍ରତ ସଫଳ ହୋଇଥାଏ । ରାଶି ଅନୁସାରେ ଏହି ସବୁ ଭୋଗ ଲଗାଇ ଆପଣ ମଧ୍ୟ ଶୁଭଫଳ ପ୍ରାପ୍ତ କରନ୍ତୁ ।

ମେଷ: ଚୈତ୍ର ନବରାତ୍ରି ସମୟରେ ମେଷ ରାଶିର ଲୋକ ମାନେ ମା ଦୁର୍ଗାଙ୍କ ନିକଟରେ ମାଲପୁଆ ଭୋଗ ଲଗାନ୍ତୁ ।

ବୃଷ: ବୃଷ ରାଶିର ବ୍ୟକ୍ତି ମାନେ ମା ଦୁର୍ଗାଙ୍କ ନିକଟରେ ରାବିଡି ଭୋଗ ଲଗାଇବା ଦ୍ୱାରା ମା ପ୍ରସନ୍ନ ହୋଇଥାନ୍ତି ଏବଂ ସମସ୍ତ ଅସୁବିଧା ଦୂର ହେବ ।

ମିଥୁନ: ମିଥୁନ ରାଶିର ବ୍ୟକ୍ତି ମାନେ ଅମୃତ ଭଣ୍ଡା ଭୋଗ ଲଗାନ୍ତୁ । ଏହା ଦ୍ୱାରା ମା ଦୁର୍ଗା ପ୍ରସନ୍ନ ହୋଇଥାନ୍ତି ।

କର୍କଟ: କର୍କଟ ରାଶିରେ ବର୍ତ୍ତମାନ ଚନ୍ଦ୍ରମା ବିରାଜ କରୁଛନ୍ତି । ଏହି ଅବସରରେ କର୍କଟ ରାଶିର ବ୍ୟକ୍ତି ମାନେ କ୍ଷୀର ବା କ୍ଷୀରରେ ପ୍ରସ୍ତୁତ କୌଣସି ମିଠାଇ ଭୋଗ ଲଗାଇବା ଉଚିତ୍ ।

ସିଂହ: ସିଂହ ରାଶିର ବ୍ୟକ୍ତି ମାନେ ମା’ ଦୁର୍ଗାଙ୍କ ନିକଟରେ ଡାଳିମ୍ବ ଭୋଗ ଲଗାଇବା ଲାଭବାନ ହୋଇଥାଏ ।

କନ୍ୟା: କନ୍ୟା ରାଶିର ଜାତକ ଅନୁଯାୟୀ କ୍ଷିରୀ ଭୋଗ ଲଗାଇବା ଦ୍ୱାରା ଶୁଭଫଳ ମିଳିଥାଏ ।

ତୁଳା: ମା ଦୁର୍ଗାଙ୍କୁ ପୂଜା କରିବା ସମୟରେ ତୁଳା ରାଶିର ବ୍ୟକ୍ତି ଶିଙ୍ଗାଡା ଭୋଗ ଲଗାଇବା ଉଚିତ୍ ।

ବିଛା: ବିଛା ରାଶିର ବ୍ୟକ୍ତିଙ୍କ ଜାତକ ଅନୁଯାୟୀ ଗୁଡର ଭୋଗ ଲଗାଇବା ଦ୍ୱାରା ଶୁଭଫଳ ମିଳିଥାଏ ।

ଧନୁ: ଏହି ରାଶିର ବ୍ୟକ୍ତିଙ୍କୁ ମା ଦୁର୍ଗାଙ୍କ ନିକଟରେ ବିଡିଆ ପାନ ଭୋଗ ଲଗାଇବା ଉଚିତ୍ ।

ମକର: ମକର ରାଶିର ଲୋକ ମାନେ ନଡିଆର ଭୋଗ ଲଗାଇବା ଉଚିତ୍ ।

କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତି ମାନେ ମା’ଙ୍କ ନିକଟରେ ହାଲୁଆ ଭୋଗ ଲଗାଇବା ଉଚିତ୍ ।

ମୀନ: ନବରାତ୍ରିରେ ମା ଦୁର୍ଗାଙ୍କ ଆରାଧନା ସମୟରେ ମୀନ ରାଶିର ବ୍ୟକ୍ତିଙ୍କୁ ପଞ୍ଚମେୱା ଭୋଗ ଲଗାଯିବା ଉଚିତ୍ ।

Get real time updates directly on you device, subscribe now.