fbpx

ବନ୍ୟା Breaking! ଚିନ୍ତା ବଢାଉଛି ଉଚ୍ଛୁଳା ନଦୀର ଜଳସ୍ତର: ପ୍ରମୁଖ ନଦୀର ୪ଟି ସ୍ଥାନରେ ଘାଇ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ବିପତ୍ତିକୁ ନେଇ ସାଧାରଣ ଲୋକଙ୍କ ପାଖରୁ ପ୍ରଶାସନ ସମସ୍ତେ ଚିନ୍ତାରେ ପଡି ଯାଇଛନ୍ତି । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ କିଛି ନଦୀରେ ପାଣି କୁଳ ଲଙ୍ଘିବାକୁ ଅଥୟ ହେଉଛନ୍ତି । ସେପଟେ କିଛଇ ନଦୀରେ ଘାଇ ହୋଇ ଜନଜୀବନକୁ କବଜା କରି ନେଇଛି ବନ୍ୟାପାଣି । ତେବେ କାଲିଠୁ ଆଜି ଭିତରେ ମୋଟ ୪ଟି ସ୍ଥାନରେ ଘାଇ ହୋଇଥିବା ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା ।

ରାଜ୍ୟର ବନ୍ୟା ସ୍ଥିତି ନେଇ ପ୍ରଶାସନ ପଦକ୍ଷେପ ଗ୍ରହଣ କରୁଛି । ଏପର୍ଯ୍ୟନ୍ତ କେବଳ ୪ଟି ସ୍ଥାନରେ ପ୍ରମୁଖ ନଦୀରେ ଘାଇ ହୋଇଥିବା SRC ସୂଚନା ଦେଇଛନ୍ତି । ତେବେ ଗତକାଲି ୨ଟି ସ୍ଥାନରେ ଘାଇ ହୋଇଥିବା ବେଳେ ଆଜି ମଧ୍ୟ ୨ଟି ସ୍ଥାନରେ ଘାଇ ହୋଇଛି । ଫଳରେ କିଛି ଗାଁ ଏବେ ପାଣିଘେରରେ ଫସିଯାଇଛନ୍ତି । ଆଜି କୁଶଭବ୍ରା ନଦୀର ତେଣ୍ଡିଆକୁଦ ଅଞ୍ଚଳରେ ଗୋଟିଏ ଘାଇ ହୋଇଛି । ସେହିପରି ମହାନଦୀର ତେରମାଣପୁରଠାରେ ମଧ୍ୟ ଏକ ଘାଇ ଭାଙ୍ଗିଥିବା ସୂଚନା ମିଳିଛି । ତେବେ ଅନ୍ୟ ଯେଉଁ ଘାଇ କଥା କୁହାଯାଉଛି, ସେସବୁ ଘାଇ ନୁହେଁ ବରଂ ବ୍ୟାକ ୱାଟର ବୋଲି ଜାଣିବାକୁ ମିଳିଛି । ଏ ନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ତେବେ ରେକର୍ଡ ଅନୁସାରେ ୨୦୧୧ ପରେ ପ୍ରଥମ ଥର ପାଇଁ ଚଳିତବର୍ଷ ମୁଣ୍ଡୁଳିରେ ଏହି ପରିମାଣରେ ଜଳ ପ୍ରବାହିତ ହେଉଛି । ତେବେ ଆସନ୍ତା ୨୪ ଘଣ୍ଟା ରାଜ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଏସଆରସି ପ୍ରକାଶ କରିଛନ୍ତି । ତେବେ ଆଜି ସକାଳୁ ମୁଣ୍ଡୁଳିରେ ଏହି ଜଳପ୍ରବାହ ଟିକିଏ କମିବା ଆରମ୍ଭ ହୋଇଛି । ସେପଟେ ଖଇରମାଳରେ ମଧ୍ୟ ଜଳପ୍ରବାହର ପିକ୍ ଶେଷ ହୋଇ ସାରିଛି ।

Get real time updates directly on you device, subscribe now.