ଭୁବନେଶ୍ୱର: ପ୍ରକୃତି ମିଶ୍ରଙ୍କୁ ବିଚ ରାସ୍ତାରେ ଦୁର୍ବ୍ୟବହାରକୁ ନେଇ ଖାରବେଳ ନଗର ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀଙ୍କ ମାଆ କୃଷ୍ଣପ୍ରିୟା ମିଶ୍ର । କାମରେ ଯିବା ସମୟରେ କିଛି ଲୋକ ଗାଡି ଅଟକାଇ ଅଭଦ୍ର ବ୍ୟବହାର କରିଥିବା ସେ ପୋଲିସକୁ ସୂଚନା ଦେଇଛନ୍ତି । ଏ ନେଇ ମାମଲା ରୁଜୁ ହେବା ସହ ୫ଟି ଦଫା ଲାଗିଥିବା ପ୍ରତିକ୍ରିୟା ରଖିଛନ୍ତି ଡିସିପି ପ୍ରତୀକ ସିଂ ।
ରାସ୍ତା ମଝିରେ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିସିପି ପ୍ରତୀକ ସିଂ । କୌଣସି କାମରେ ପ୍ରକୃତି ଯାଉଥିବା ସମୟରେ ତୃପ୍ତି ଗାଡି ଅଟକାଇବା ସହ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ସେ ଥାନାରେ ଏତଲା ଦେଇଛନ୍ତି ପ୍ରକୃତିଙ୍କ ମାଆ । ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ୫ଟି ଦଫା ଲାଗିଥିବା କହିଛନ୍ତି ଡିସିପି । ଆଇପିସି ଧାରାରେ ୩୪୧, ୨୯୪, ୩୨୩, ୫୦୬ ଏବଂ ୩୪ ଧାରା ଲାଗିଥିବା ଜଣାଯାଇଛି ।