fbpx

ଜୁଲାଇରେ ଶେଷ ହେବ ଏହି ଜରୁରୀ କାମର ସମୟସୀମା: ତୁରନ୍ତ ନସାରିଲେ ହୋଇଯିବ ସମସ୍ୟା

ନୂଆଦିଲ୍ଲୀ:କିଛି କାମ ଏପରି ରହିଛି , ଯାହାକୁ ସମୟ ଥିବା ଅବସ୍ଥାରେ ଶେଷ କରିଦେବା ଉଚିତ୍ । ନଚେତ୍ ଆଗକୁ ଯାଇ ଏହା ବଡ଼ ସମସ୍ୟା ସୃଷ୍ଟି କରିପାରେ । ଏବେ ଜୁଲାଇ ମାସ ଚାଲିଥିବା ବେଳେ ଏହି ମାସରେ ଅନେକ କାମର ସମୟ ସୀମା ଶେଷ ହେବାକୁ ଯାଉଛି । ଯେପରିକି ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୩ ରହିଛି ।

ଏପରି ପରିସ୍ଥିତିରେ ଆପଣ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଠିକ୍ ସମୟରେ କରିବା ଉଚିତ୍ । ବିଶେଷକରି ଯେଉଁମାନେ ଟଙ୍କା ସହ ଜଡିତ କାରବାର କରନ୍ତି, ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ କ’ଣ ଜାଣିବା ତାଙ୍କ ପାଇଁ ଜରୁରୀ । ଜୁଲାଇ ୨୦୨୩ ରେ କେଉଁ କାର୍ଯ୍ୟ ଶେଷ କରିବା ଆବଶ୍ୟକ ଆସନ୍ତୁ ଜାଣିବା…

ଆୟକର ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରନ୍ତୁ :-
୨୦୨୩ ଆର୍ôଥକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୩ ସ୍ଥିର କରାଯାଇଛି । ଏହା ପରେ ଯଦି ଆପଣ ଆଇଟିଆର ଫାଇଲ୍ କରନ୍ତି, ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡିବ । ଜରିମାନା ସହିତ ବିଳମ୍ବ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଡିସେମ୍ବର ୨୦୨୩ । ଯଦି ଆପଣ ଏହି ସମୟ ପର୍ଯ୍ୟନ୍ତ ଆଇଟିଆର ଫାଇଲ୍ ନକରନ୍ତି, ତେବେ ଆପଣ ରିଟର୍ଣ୍ଣ ଫାଇଲ୍ କରିବାକୁ ସମର୍ଥ ହେବେ ନାହିଁ ।

ବିଳମ୍ବିତ ଆଇଟିଆର :-
ଯଦି ଆପଣ ୩୧ ଜୁଲାଇ ପରେ ଏବଂ ୩୧ ଡିସେମ୍ବର ପୂର୍ବରୁ ଆଇଟିଆର ଫାଇଲ୍ କରନ୍ତି, ଏହାକୁ ବିଳମ୍ବିତ ଆଇଟିଆର କୁହାଯିବ । ବିଳମ୍ବିତ ଆଇଟିଆର ଦାଖଲ ପାଇଁ ଜରିମାନା ଦେବାକୁ ପଡିବ । ଏହା ବ୍ୟତୀତ ବର୍ତ୍ତମାନର ଆୟକର ନିୟମ ଅନୁଯାୟୀ, ଆଇଟିଆର ଯାଞ୍ଚ କରିବାକୁ ପଡିବ । ୩୦ ଦିନ ମଧ୍ୟରେ ଆଇଟିଆର ଯାଞ୍ଚ କରିବାକୁ ପଡିବ ।

କେତେ ଲାଗିବ ଜୋରିମାନା :-
ଯଦି ଆପଣ ୩୧ ଜୁଲାଇ ପର୍ଯ୍ୟନ୍ତ ଆଇଟିଆର ଫାଇଲ୍ ନକରନ୍ତି , ତେବେ ଆପଣ ୩୧ ଡିସେମ୍ବର ପର୍ଯ୍ୟନ୍ତ ଏହି କାର୍ଯ୍ୟ କରିପାରିବେ । ଏଥିପାଇଁ ଆପଣଙ୍କୁ ୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଯଦି ଆପଣଙ୍କର ଆୟ ୫ ଲକ୍ଷରୁ କମ୍, ତେବେ ଆପଣଙ୍କୁ କେବଳ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ ।

Get real time updates directly on you device, subscribe now.