fbpx

ପୋଖରୀରେ ଫସି ରହିଥିବା ହାତୀର ମୃତ୍ୟୁ: ୫ ଦିନ ଧରି ଥିଲା ଅସୁସ୍ଥ

Advertisement

ସମ୍ବଲପୁର: ସାପଲହରା ସ୍ଥିତ ଏକ ପୋଖରୀରେ ଫସି ରହିଥିବା ଏକ ହାତୀର ଉଦ୍ଧାର ସମୟରେ ମୃତ୍ୟୁ ଘଟିଛି ।

ସୂଚନା ଅନୂଯାୟୀ, ବହୁଦିନ ଧରି ଅସୁସ୍ଥ ଥିବା ହାତୀଟି ଗତ ଗୁରୁବାର ରାତିରେ ପାଣି ପିଇବାକୁ ଯାଇ ପୋଖରୀରେ ଫସିଯାଇଥିଲା, ଏମିତିକି ଗଭୀର ଯନ୍ତ୍ରଣା ଯୋଗୁଁ ହାତୀଟି ଛିଡ଼ା ମଧ୍ୟ ହୋଇପାରୁନଥିଲା । ତେବେ ଖବର ପାଇଁ ବନ ବିଭାଗ ପକ୍ଷରୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ଏହା ପରେ ଦନ୍ତାହାତୀ ର ଚିକିତ୍ସା ପାଇଁ ଭୁବନେଶ୍ୱର ଓୟୁଏଟିର ବିଶେଷଜ୍ଞ ଡାକ୍ତରି ଦଳ ଆସି ଅସୁସ୍ଥ ଦନ୍ତା ଚିକିତ୍ସା କରୁଥିଲେ ।

କିନ୍ତୁ ହାତୀଟିକୁ ବାହାର କରିବା ସହଜ ହେଉନଥିଲା । ତେବେ ଶେଷରେ ଆଜି ମଙ୍ଗଳବାର ହାତୀଟିକୁ କ୍ରେନ୍ ସାହାଯ୍ୟରେ ବାହାରକୁ ବାହାର କରାଯାଇଥିଲା । କିନ୍ତୁ ସେତେବେଳେକୁ ହାତୀଟିର ମୃତ୍ୟୁ ହୋଇସାରିଥିଲା । ପ୍ରାୟ ୫ ଦିନ ଧରି ହାତୀଟି ପାଣି ଫସିରହିଥିଲା । ତେବେ ହାତୀର ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଡିଏଫଓ ।

ଅନ୍ୟପଟେ ଦନ୍ତାହାତୀ ର ଚିକିତ୍ସା ରେ ଅବହେଳା ପାଇଁ ତାର ମୄତ୍ୟୁ ହୋଇଥିବା ସାଧାରଣ ରେ ଅଭିଯୋଗ ହୋଇଛି । ଏନେଇ ରେଞ୍ଜର କହିଛନ୍ତି ଯେ ଦନ୍ତାହାତୀ ର ଚିକିତ୍ସା କରାଯାଉଥିବା ବେଳେ ଆଜି ଅସୁସ୍ଥ ଦନ୍ତାହାତୀ କୁ ହାଟଡ୍ରା ମେସିନ ସହାୟତାରେ ପୋଖରୀ ରୁ ଉଦ୍ଧାର କରାଯାଇଥିବା ବେଳେ ଦନ୍ତାହାତୀକୁ ଡାକ୍ତର ମୄତ ଘୋଷଣା କରିଥିବା ରେଞ୍ଜର ପବିତ୍ର ମୋହନ ମାଝୀ ସୁଚନା ଦେଇଛନ୍ତି । ଅନ୍ୟପକ୍ଷରେ ଦନ୍ତାହାତୀ ମୄତ୍ୟୁ ଘଟଣାର ତଦନ୍ତ ମଧ୍ୟ କରାଯିବ ବୋଲି ବନବିଭାଗ ତରଫରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.