fbpx

କରୋନା ବଢ଼ାଇଛି ଧନୀଙ୍କ ସମ୍ପତ୍ତି ! ଆସିଲା ଫୋର୍ବସ ଧନୀ ତାଲିକା, ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: କରୋନା ମହାମାରୀ ବର୍ଷରେ ବଢ଼ିଛି ଧନୀଙ୍କ ସମ୍ପତ୍ତି । ଏହାରି ମଧ୍ୟରେ ବିଜନେସ୍ ମାଗାଜିନ୍ ଫୋର୍ବସ ୨୦୨୧ରେ ଭାରତର ୧୦୦ ଧନୀଙ୍କ ତାଲିକା ପ୍ରକାଶ କରିଛି । ଏହା ଅନୁସାରେ, ୧୦୦ ଧନୀଙ୍କ ସମ୍ପତ୍ତି ରେକର୍ଡ ୭୭୫ ଆରବ ଡଲାରରେ ପହଞ୍ଚିଛି, ଯାହାକି ପ୍ରାୟ ୫୮.୦୬ ଲକ୍ଷ କୋଟି ଟଙ୍କା । ଧନୀ ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ମୁକେଶ ଅମ୍ବାନୀ । ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ୩୦ ହଜାର କୋଟି ଟଙ୍କା ବୃଦ୍ଧି ହୋଇଛି । ମୁକେଶଙ୍କ ମୋଟ ସମ୍ପତ୍ତି ପ୍ରାୟ ୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌତମ ଅଦାନୀ । ଅଦାନୀଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୫ ଲକ୍ଷ ୬୦ ହଜାର କୋଟି ଟଙ୍କା ହୋଇଛି । ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ଏଚିସିଏଲର ମାଲିକ ଶିବ ନାଦାର, ଯାହାଙ୍କର ସମ୍ପତ୍ତି ମୂଲ୍ୟ ପ୍ରାୟ ୨ ଲକ୍ଷ ୩୨ ହଜାର କୋଟି ଟଙ୍କା ରହିଛି ।

ଏହି ରିପୋର୍ଟରେ ଭାରତର ପ୍ରଶଂସା କରି କୁହାଯାଇଛି ଯେ, କୋଭିଡର ଦ୍ୱିତୀୟ ଲହରକୁ ଠିକ୍ ଭାବରେ ସାମ୍ନା କରିବା କାରଣରୁ ଭାରତରେ ନିବେଶକଙ୍କ ଭରସା ବଢ଼ିଯାଇଥିଲା । ସେୟାର ବଜାରରେ ବିଏସଇର ବେଞ୍ଚମାର୍କ ସେନ୍ସେକ୍ସ ଗତବର୍ଷ ତୁଳନାରେ ୫୨% ବଢ଼ିଛି ।

Get real time updates directly on you device, subscribe now.