ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଆସନ୍ତା ୧୫ ତାରିଖରୁ ୧୮ବର୍ଷରୁ ଊଦ୍ଧ୍ୱର୍ ସମସ୍ତଙ୍କୁ ମାଗଣାରେ ବୁଷ୍ଟର ଡୋଜ୍ ପ୍ରଦାନ କରାଯିବ । ଏ ନେଇ କେନ୍ଦ୍ର କ୍ୟାବିନେଟ୍ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଏହି ଟିକା ମାଗଣାରେ ପ୍ରଦାନ କରାଯିବ । ୭୫ଦିନ ଭିତରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ଏହି ଟିକା ଉପଲବ୍ଧ ହେବ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତେ ଏହି ଟିକା ନେବାକୁ ଅପିଲ କରିଛନ୍ତି ।
ଆସନ୍ତା ୧୫ ତାରିଖରୁ ରାଜ୍ୟର ବିଭିନ୍ନ ସରକାରୀ ଟିକାକରଣ କେନ୍ଦ୍ର ୧୮ରୁ ୬୦ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ କରୋନା ବୁଷ୍ଟର ଦିଆଯିବ। ଏଥିପାଇଁ କୌଣସି ଟଙ୍କା ଦେବାକୁ ପଡିବନାହିଁ। ୭୫ ଦିନ ଭିତରେ ଏହି ଟିକାରଣ ପ୍ରକିୟାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି। ଅବଶ୍ୟକ ପଡିଲେ ଅଧିକ ଟିକାକରଣ କେନ୍ଦ୍ର ଖୋଲା ଯିବାକୁ ନେଇ ଆଲୋଚନା ହୋଇଛି।