fbpx

ମାଲାମାଲ ହେବେ HDFC କ୍ରେଡିଟ କାର୍ଡଧାରୀ: ଏହି ଯୋଜନାରୁ ଗ୍ରାହକଙ୍କୁ ହେବ ଫାଇଦା

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ HDFC ବ୍ୟାଙ୍କର କ୍ରେଡିଟ କାର୍ଡ ଅଛି ବା ଆପଣଙ୍କ ଆକାଉଣ୍ଟ ଏହି ବ୍ୟାଙ୍କରେ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଲାଭଦାୟକ । ବ୍ୟାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ନୂଆ ଯୋଜନା ଫାଇଦା ସିଧାସଳଖ କୋଟି କୋଟି ଗ୍ରାହକଙ୍କୁ ମିଳିବ । ଦେଶର ବୃହତ୍ତମ ଘରୋଇ ବ୍ୟାଙ୍କ HDFC ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । ବ୍ୟାଙ୍କ ପ୍ରତି ମାସରେ ୧୦ ଲକ୍ଷ କ୍ରେଡିଟ କାର୍ଡ ପ୍ରଦାନ କରିବାକୁ ଯୋଜନା କରୁଛି । ଏହି ଲକ୍ଷ୍ୟ ପୂରଣ ପାଇଁ ବ୍ୟାଙ୍କ ନେଇଥିବା ପଦକ୍ଷେପ ଗ୍ରାହକଙ୍କୁ ସିଧାସଳଖ ଉପକୃତ କରିବ ।

ବ୍ୟାଙ୍କର କଣ୍ଟ୍ରି ହେଡ଼୍ ପାରାଗ ରାଓଙ୍କ ଦ୍ୱାରା ଗଣମାଧ୍ୟମକୁ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ, ବ୍ୟାଙ୍କ ବର୍ତ୍ତମାନର କ୍ରେଡିଟ କାର୍ଡ ଦେବାର ସଂଖ୍ୟାକୁ ବଢ଼ାଇ ୧୦ ଲକ୍ଷ କରିବାକୁ ଚାହୁଁଛି । ବର୍ତ୍ତମାନ ଏହି ସଂଖ୍ୟା ୫ ଲକ୍ଷ ରହିଛି, ଯାହା ଆଗାମୀ ଦିନରେ ଦ୍ୱିଗୁଣିତ ହେବାର ଯୋଜନା ରହିଛି । ରାଓ ଏହା ମଧ୍ୟ କହିଛନ୍ତି ଯେ, ଏହି ଲକ୍ଷ୍ୟ ହାସଲ କରିବା ଏବଂ କ୍ରେଡିଟ କାର୍ଡରେ ଖର୍ଚ୍ଚ ବୃଦ୍ଧି କରିବା ପାଇଁ ଅନଲାଇନ୍ ଖୁଚୁରା ଠାରୁ ଆରମ୍ଭ କରି ଖାଦ୍ୟ ବିତରଣ ପର୍ଯ୍ୟନ୍ତ ଅନେକ ଶିଳ୍ପ ସହ ପାର୍ଟନରସିପ୍ ଘୋଷଣା କରାଯିବ ।

ଅର୍ଥାତ୍ ଏହା ଯୋଜନାର ଲାଭ ସିଧାସଳଖ ଗ୍ରାହକମାନଙ୍କୁ ହେବ । ବ୍ଲୁମବର୍ଗ ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଅଗଷ୍ଟରେ କାର୍ଡ ପ୍ରତିବନ୍ଧକ ହଟାଇବା ପରେ ଦ୍ରୁତ ଉନ୍ନତି ହୋଇଛି । ଆରବିଆଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଅକ୍ଟୋବରରେ ମୋଟ କାର୍ଡ ଖର୍ଚ୍ଚର ୨୯ ପ୍ରତିଶତ HDFCର ଥିଲା । ଅନ୍ୟ ପ୍ରତିଯୋଗୀ ବ୍ୟାଙ୍କ ତୁଳନାରେ ଏହା ବହୁତ ଅଧିକ । ନୂଆ ଅଫର ଦ୍ୱାରା ଏହି ବ୍ୟାଙ୍କର କୋଟି କୋଟି ଗ୍ରାହକ ଉପକୃତ ହେବେ ।

Get real time updates directly on you device, subscribe now.