ଆନନ୍ଦପୁର(ଓଡ଼ିଶା ଭାସ୍କର): କେବଳ ୫ଟଙ୍କା ପାଇଁ ଗ୍ରାହକଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ହୋଟେଲ ମାଲିକ ଓ ପୁଅ ମିଶି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଷିପୁରା ଥାନା ଲକ୍ଷ୍ମୀବଜାରରେ ହୋଟେଲ ମାଲିକଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ତେବେ ଗ୍ରାହକ ଜଣକ ୪୦ ଯଙ୍କା ଦେଇ ଆଉ ୫ଟଙ୍କା ସନ୍ଧ୍ୟାରେ ଦେବେ ବୋଲି କହିଥିଲେ । କିନ୍ତୁ ହୋଟେଲ ମାଲିକ ଏଥିରେ ଖୁବ୍ ଜୋରରେ ରାଗି ଯାଇଥିଲେ । ଆଉ ବିଚ୍ ରାସ୍ତାରେ ଗ୍ରାହକଙ୍କୁ ମାଡ଼ ମାରିଥିଲେ । ସଂପୃକ୍ତ ଗ୍ରାହକ ଅଭିଯୋଗ କରିବା ପରେ ଦବଙ୍ଗଗିରି ଦେଖାଉଥିବା ହୋଟେଲ ମାଲିକକୁ ଗିରଫ କରିଛି ପୋଲିସ୍ ।