fbpx

ଡାଇବେଟିସ ରୋଗୀଙ୍କ ପାଇଁ ରାମବାଣ ହେଉଛି କଦଳୀଫୁଲ

ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରକୃତି ମଧ୍ୟ କେତେକ ଚିକିତ୍ସା ଖଞ୍ଜି ଦେଇଛି । ତାହାକୁ ଦୈନନ୍ଦିନ ଜୀବନରେ ସାମିଲ କରି ଆମେ ଡାଇବେଟିସର ପ୍ରଭାବକୁ କମ୍ କରିପାରିବା । ସେହିପରି ମଧୁମେହ ରୋଗୀଙ୍କ ପାଇଁ କଦଳୀଫୁଲ ଏକ ବରଦାନ ସଦୃଶ।

କଦଳୀଫୁଲକୁ ଡ଼ାଇବେଟିସ୍‌ ରୋଗୀ ସିଝାଇ କିମ୍ବା କଞ୍ଚା ଖାଇବା ଦ୍ୱାରା ଶରୀରରେ ସର୍କରା ସ୍ତର କମ୍‌ ହୁଏ। ଏହା ଫାଇବର୍‌ ଓ ଆଇରନ୍‌ରେ ଭରପୂର।

ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ଥାଏ। ଯାହା କ୍ୟାନ୍‌ସର ପରି ସମସ୍ୟାର ସମାଧାନ କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରିଥାଏ।

ଏହା ଗର୍ଭାଶୟର ସମସ୍ୟାକୁ ସମାଧାନ କରିବାରେ ସାହାଯ୍ୟ କରିଥାଏ। ସୁସ୍ଥ ଗର୍ଭାଶୟ ପାଇଁ କଦଳୀଫୁଲକୁ ଗୋଲମରିଚ ଓ ଜିରା ସହିତ ପାଣିରେ ଫୁଟାଇ ନିଅନ୍ତୁ ଓ ୧/୪ ଚାମଚ ହଳଦୀ ପାଉଡ଼ର ଓ ଲୁଣ ମିଶାନ୍ତୁ। ଏହି ପାଣିକୁ ପିଇଲେ ଗର୍ଭାଶୟର ସମସ୍ୟା ଦୂର ହୁଏ।

Get real time updates directly on you device, subscribe now.